Latest Odisha News

BREAKING NEWS

ଜାତୀୟ ରାଜପଥରେ ସିରିଜ୍‌ ଦୁର୍ଘଟଣା;୨ ମୃତ, ୮ରୁ ଅଧିକ ଗୁରୁତର

ଚମାଖଣ୍ଡି:ଗଂଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକ ନିକଟ ଜାତୀୟ ରାଜପଥରେ ସିରିଜ୍‌ ଦୁର୍ଘଟଣା । ଭୟାବହ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭ରୁ ୮ ଜଣ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଲୋକ ଓ ପୋଲିସ ଉଦ୍ଧାର କରି ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ୍‌ କଲେଜ ଓ ହସ୍ପିଟାଲକୁ ପଠାଇଛନ୍ତି।

ଚମାଖଣ୍ଡି ଛକ ନିକଟରେ ଏକ କାର୍‌ ଓ ଟ୍ରକ୍‌ ମଧ୍ୟରେ ପ୍ରଥମେ ଧକ୍କା ହୋଇଥିଲା। ପରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକ ଏକାଧିକ ବାଇକ୍‌କୁ ଧକ୍କା ଦେବାରୁ ସିରିଜ୍‌ ଦୁର୍ଘଟଣା ଘଟିଥିଲା। ଏଥିରେ ଅନେକ ବାଇକ୍‌ ଆରୋହୀ ଆହତ ହୋଇଥିଲେ। ଟ୍ରକ୍ ଚକା ତଳେ ୫ ବାଇକ୍ ଚୁରମାର ହୋଇ ଯାଇଛି । ୮ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ର୍ଘଟଣା ପରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା। ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା।

ଖବର ପାଇ ଘଟଣା ସ୍ଥଳରେ ଗଞ୍ଜାମ ଏସପି, ଛତ୍ରପୁର ତହସିଲଦାର, ଚମାଖଣ୍ଡି ଥାନା ପୋଲିସ ଓ ଛତ୍ରପୁର ଏସଡିପିଓ ପହଞ୍ଚିଥିଲେ ।

Leave A Reply

Your email address will not be published.