Latest Odisha News

BREAKING NEWS

ଓପିଏସ କଲେଜକୁ ସାଇନ ଏ ଡାଏ ଘୋଷଣା;ଛାତ୍ର ସଂସଦ ନିର୍ବାଚନ ହେଲା ବାତିଲ

ଓଡାପଡା: ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନ ହେବାକୁ ଥିବା ବେଳେ ଆଜି ରାଜ୍ୟର ବିଭିନ୍ନ କଲେଜରେ “ହ୍ଵାଏ ଆଇ ଷ୍ଟାଣ୍ଡସ୍ ଫର” ମିଟିଂରେ ପ୍ରାର୍ଥୀ ମାନେ ଭାଷଣ ବାଜି କରିଛନ୍ତି । ମାତ୍ର ଓପିଏସ କଲେଜକୁ ସାଇନ -ଏ -ଡାଏ ଘୋଷଣା । ଢେଙ୍କାନାଳ ଓଡ଼ାପଡ଼ା ସ୍ଥିତ ଓପିଏସ୍ କଲେଜରେ ଉତ୍ତେଜନା ବୃଦ୍ଧି ପାଇବା ଆଶଙ୍କାରେ ସାଇନ-ଏ ଡାଏ ଘୋଷଣା କରିଛନ୍ତି କଲେଜ କର୍ତ୍ତୃପକ୍ଷ । ଏଥିସହ ଛାତ୍ର ସଂସଦ ନିର୍ବାଚନକୁ କଲେଜ ଅଧ୍ୟକ୍ଷ ବାତିଲ କରିଛନ୍ତି।

ଓପିଏସ କଲେଜର ଏବିଭିପି ସମର୍ଥିତ ସଭାପତି ପ୍ରାର୍ଥୀ ଟୁନା ରାଉତଙ୍କ ଗାଏବ ହୋଇଯିବା ଘଟଣାକୁ ନେଇ ଆଜି ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଉତ୍ତେଜନା ଆଗକୁ ବଢ଼ିବା ଆଶଙ୍କା କରି କଲେଜ କର୍ତ୍ତୃପକ୍ଷ କଲେଜକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ସାଇନ ଡାଏ ଘୋଷଣା କରିଥିବା ଜଣାପଡ଼ିଛି ।

କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଟୁନା ରାଉତ ନାମକ ଯୁକ୍ତ ତିନି ଛାତ୍ର ନାମାଙ୍କନ ପତ୍ର ଦାଖଲ କରିଥିଲେ। ମାତ୍ର ହ୍ଵାଇ ଆଇ ଷ୍ଟାଣ୍ଡସ ଫର ମିଟିଂ ଆଜି ଥିବା ବେଳେ ସେ କଲେଜ ଆସିନଥିଲେ। ଫଳରେ ତାଙ୍କ ସମର୍ଥିତ ଛାତ୍ରଛାତ୍ରୀମାନେ ତାଙ୍କ ସଭାପତି ପ୍ରାର୍ଥୀଙ୍କୁ ଖୋଜି ଆଣିବାକୁ କଲେଜ ସମ୍ମୁଖରେ ଧାରଣା ଦେଇଥିଲେ। ଯାହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜନା ବଢିବା ଆଶଙ୍କାରେ କଲେଜ କର୍ତ୍ତୃପକ୍ଷ କଲେଜକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ବନ୍ଦ ଘୋଷଣା କରିଥିବା ଜଣାପଡ଼ିଛି।

ଏପଟେ କଲେଜ ନିର୍ବାଚନରେ ରାଜନୈତିକ ହସ୍ତକ୍ଷେପ କାରଣ ଓ ନିଜ ପରିବାରର ଚାପ ଯୋଗୁଁ ଏହି ନିର୍ବାଚନରୁ ଓହରି ଯାଇଥବା ଟୁନା ରାଉତ କହିଛନ୍ତି।

Leave A Reply

Your email address will not be published.