ଭୁବନେଶ୍ୱର: ଚଳିତ ବର୍ଷ ତିଥିରେ କ୍ଷୟ ପଡୁଥିବାରୁ ପଞ୍ଚୁକ ପାଞ୍ଚଦିନ ପରିବର୍ତ୍ତେ ଚାରିଦିନ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗର ବୈଠକରେ ଏହି ନିଷ୍ପତି ହୋଇଥିଲା।
ଏନେଇ ଜିଲ୍ଲାପାଳ ପ୍ରତିକ୍ରିୟା ଦେଇ କହିଛନ୍ତି କାର୍ତ୍ତିକ ମାସ ନୀତିନିର୍ଘଣ୍ଟକୁ ଛତିଶାନିଯୋଗ ବୈଠକରେ ଅନୁମୋଦନ କରାଯାଇଛି। ଭୋର ୪ଟା ରୁ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ସକାଳ ୬ ଟା୩୦ ରୁ ୭ ଟା ୩୦ ମଧ୍ୟରେ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ। ସକାଳ ୧୦ ଟା ରୁ ୧୦ ଟା ୩୦ ମଧ୍ୟରେ ସ୍ବତନ୍ତ୍ର ବାଳଧୂପ ନୀତି ଅନୁଷ୍ଠିତ ହେବ।
ତେବେ ଚଳିତ ବର୍ଷ ତିଥିରେ କ୍ଷୟ ପଡୁଥିବାରୁ ପଞ୍ଚୁକ ପାଞ୍ଚଦିନ ପରିବର୍ତ୍ତେ ଚାରିଦିନ ଅନୁଷ୍ଠିତ ହେବ। ନଭେମ୍ବର ୧୬ ତାରିଖ ସୋମବାର ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ମହାପ୍ରଭୁଙ୍କ ହରିହର ବେଶ ଅନୁଷ୍ଠିତ ହେବ। ସେହିପରି ନଭେମ୍ବର ୨୧ ପଞ୍ଚୁକ ପ୍ରଥମ ଦିନରେ ଲକ୍ଷ୍ମୀନାରାୟଣ ବେଶ, ୨୨ ରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ୨୩ ରେ ଲକ୍ଷ୍ମୀନୃସିଂହ ବେଶ, ୨୪ ରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ଦ୍ୱାଦଶୀ କ୍ଷୟ ଯାଇଥିବାରୁ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହେବ ନାହିଁ।


Comments are closed.