ଶିବ ଶର୍ମା ମୃତ୍ୟୁ ମାମଲା, ଗର୍ଲଫ୍ରେଣ୍ଡ ଶ୍ରଦ୍ଧା ଦୁବେଙ୍କ ଭିଡିଓ, କହିଲେ ମୁଁ ମାରିନି, ସତ ନଜାଣି ଲଗାଅନି ଆରୋପ
ଦେହ ସୁସ୍ଥ ହେଲେ ନିଜେ ପୋଲିସ ପାଖକୁ ଯାଇ ଦେବି ବୟାନ: ଶ୍ରଦ୍ଧା
ଲକ୍ଷ୍ନୌ: କାଫେ ମାଲିକ ଶିବ ଶର୍ମା ମୃତ୍ୟୁ ମାମଲା । ସାମ୍ନାକୁ ଆସିଲା ଗର୍ଲଫ୍ରେଣ୍ଡ ଶ୍ରଦ୍ଧା ଦୁବେଙ୍କ ଭିଡିଓ । ଭିଡିଓରେ ସେ ଶିବଙ୍କୁ ମାରିନାହାନ୍ତି ବରଂ ଶିବ ନିଜେ ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରିଥିବା ସେ କହିଛନ୍ତି । ଶିବ ଶର୍ମା ଋଣ ବୋଝ ସହିନପାରି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସେ କହିଛନ୍ତି । କିଛିଦିନ ହେବ ଋଣ ଦେଇଥିବା ଲୋକ ତାଙ୍କୁ ଫୋନ୍ କରୁଥିଲେ । ଟଙ୍କା ସୁଝିନପାରିଲେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ କହିଥିଲେ । ହେଲେ ଶ୍ରଦ୍ଧା ସେକଥାକୁ ଗୁରୁତ୍ୱ ଦେଇନଥିଲେ । ଶେଷରେ ହଠାତ୍ ଶ୍ରଦ୍ଧାଙ୍କ ବାଲକୋନୀରୁ ଶିବ ଡେଇଁପଡିବା ତାଙ୍କୁ ମାନସିକ ଓ ଶାରିରୀକ ଭାବେ ଶକ୍ତ ଧକ୍କା ଦେଇଛି ବୋଲି କହିଛନ୍ତି । ଶିବଙ୍କ ମା ଆଣିଥିବା ଅଭିଯୋଗ ମିଛ । ମୁଁ ମୋ ବୟଫ୍ରେଣ୍ଡକୁ ମୋ ନିଜ ଘର ଛାତରୁ କାହିଁକି ଠେଲିବି ବୋଲି ପ୍ରଶ୍ନ କରିଛନ୍ତି ଶ୍ରଦ୍ଧା । ମୁଁ ଶିବଙ୍କୁ କୌଣସି ମାନସିକ ନିର୍ଯାତନା ଦେଇନାହିଁ, ଆମେ ଦୁହେଁ ଏକାଠି ଖୁବ ଖୁସି ଥିଲୁ ବୋଲି କହିଛନ୍ତି ଶ୍ରଦ୍ଧା । ତାଙ୍କ ଭଉଣୀ ଓ ଡ୍ରାଇଭର ନାଁରେ ମଧ୍ୟ ଶିବଙ୍କ ମା ମିଛ କହୁଛନ୍ତି । ଶ୍ରଦ୍ଧାଙ୍କ ଭଉଣୀ ଶିବଙ୍କୁ ଏତେ ଭଲ ଭାବରେ ଜାଣିନଥିଲେ ବୋଲି କହିଛନ୍ତି ଶ୍ରଦ୍ଧା । ତେଣୁ ଏ ମାମଲାରେ ନା ଡ୍ରାଇଭର ନା ଭଉଣୀ କାହାରି କିଛି ସମ୍ପୃକ୍ତି ନାହିଁ ବୋଲି ସେ କହିଛନ୍ତି । ଶିବ କେବଳ ଋଣ ସୁଝିବା ଟେନସନରେ ଥିଲେ ବୋଲି ଶ୍ରଦ୍ଧା କହିଛନ୍ତି । ଶ୍ରଦ୍ଧା କେଉଁଆଡେ ପଲେଇଯାଇନାହାନ୍ତି ଏବଂ ଅସୁସ୍ଥ ଅଛନ୍ତି ବୋଲି ଭିଡିଓରେ କହିଛନ୍ତି । ସୁସ୍ଥ ହେଲେ ନିଜେ ପୋଲିସରେ ଯାହା ସତ ତାହା ବୟାନ ଦେବେ ବୋଲି କହିଛନ୍ତି । ଏମିତିକି ମିଡିଆକୁ ଅନୁରୋଧ କରିଛନ୍ତି କିଛି ନଜାଣି ମୋ ବିଷୟରେ ଅପପ୍ରଚାର କରନାହିଁ । ଗତକାଲି ଶିବ ଶର୍ମା ମୃତୁ୍ୟ ମାମଲାରେ ଇନଫ୍ଲୁଏନ୍ସର ତଥା ଶିବଙ୍କ ମହିଳା ବନ୍ଧୁ ଶ୍ରଦ୍ଧାଙ୍କୁ ଖୋଜିବାକୁ ୨୫ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲା ପୋଲିସ । ପୋଲିସ କହିବା ଅନୁସାରେ ନେପାଳ ସୀମା ଆଡକୁ ଖସି ପଲାଇଥିଲେ ଶ୍ରଦ୍ଧା । ଶ୍ରଦ୍ଧାଙ୍କୁୁ ଖୋଜିବାକୁ ୬ଟି ପୋଲିସ ଟିମ୍ ନିୟୋଜିତ ଅଛନ୍ତି ।

ଅକ୍ଟୋବର ୯ ତାରିଖରେ ୨୭ ବର୍ଷୀୟ ଶିବ ଶର୍ମା ଏକ ଆପାର୍ଟମେଂଟର ଚତୁର୍ଥ ମହଲାରୁ ପଡି ମୃତ୍ୟୁବରଣ କରିଥିଲେ । ପ୍ରଥମେ ଏହାକୁ ଏକ ଦୁର୍ଘଟଣା ଭାବେ ତଦନ୍ତ କରାଯାଉଥିବା ବେଳେ ଶିବଙ୍କ ମା ଓ ଭଉଣୀ ଶିବଙ୍କୁ ମାରିଦିଆଯାଇଥିବା ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି । ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତଥା ମେକଅପ୍ ଆର୍ଟିଷ୍ଟ ଶ୍ରଦ୍ଧା ଦୁବେ ତାଙ୍କ ପୁଅର ମୃତ୍ୟୁ ପଛରେ ଦାୟୀ ବୋଲି ଶିବଙ୍କ ମା କହିଛନ୍ତି । ଶ୍ରଦ୍ଧା ଶିବଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିଲେ ବୋଲି ତାଙ୍କ ମାଙ୍କ ଅଭିଯୋଗ ଆଧାରରେ ଶ୍ରଦ୍ଧାଙ୍କୁ ଖୋଜୁଛି ପୋଲିସ । ଏମିତିକି ସେ ଫେରାର ହୋଇଯାଇଥିବା ଚର୍ଚ୍ଚା ହେଉଛି । ଶ୍ରଦ୍ଧାଙ୍କ ଭଉଣୀ ଓ ଡ୍ରାଇଭର ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ଯେଉଁ ଆପାର୍ଟମେଂଟ ତଳୁ ଶିବ ଶର୍ମାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଗତ ୩ରୁ ୪ମାସ ହେବ ଶ୍ରଦ୍ଧା ଦୁବେଙ୍କ ସହ ସେହି ଆପାର୍ଟମେଂଟର ଚତୁର୍ଥ ମହଲାରେ ରହୁଥିଲେ ଶିବ । ଶିବଙ୍କ ଦେହରେ ଶିଗାରେଟ୍ର ଚେଙ୍କର ଚିହ୍ନ ଥିଲା । ପୋଷ୍ଟର୍ମଟମ ରିପୋର୍ଟରେ ଶିବଙ୍କ ଦେହରେ ଏକାଧିକ ଆଘାତ ଚିହ୍ନ ଥିବା ସହ ଲିଭର ଓ ଲଙ୍ଗସ ମଧ୍ୟ ନଷ୍ଟ ହୋଇଥିବା ଜଣାପଡିଛି । ଶ୍ରଦ୍ଧା ହେଉଛନ୍ତି ଜଣେ ଫ୍ୟାସନ ବ୍ଲଗର୍ । ହାଇଦ୍ରାବାଦରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ତାପରେ ଲଖନୌକୁ ସିଫ୍ଟ ହୋଇଥିଲେ । ବିବାହ କରିଥିଲେ ଏବଂ ତାଙ୍କ ସ୍ୱାମୀଙ୍କଠାରୁ ଛାଡପତ୍ର ନେଇ ଅଲଗା ରହୁଥିଲେ । ତାଙ୍କର ଗୋଟିଏ ପୁଅ ରହିଛି , ଯିଏ ତାଙ୍କ ପୂର୍ବତନ ସ୍ୱାମୀଙ୍କ ପାଖରେ ରହୁଛି । ତାଙ୍କ ଇନଷ୍ଟା ଆକାଉଂଟରେ ୧.୪୧ ଲକ୍ଷ ଫଲୋୟର ଥିବା ବେଳେ ୨୦୧୯ରେ ଏକ ମୃୁ୍ୟଜିକ ଭିଡିଓ କରିଥିଲେ । ଯାହାର ଭୁ୍ୟ ୨.୭୮ ଲକ୍ଷ ଥିଲା । ଶିବ ତାଙ୍କ ଫ୍ୟାମିଲ ସହ ଆଲିଗଂଜରେ ରହୁଥିଲେ । କାଫେ ଛଡା ୨ଟି ରେସ୍ତୋରାଁ ବି ଚଳାଉଥିଲେ । ପରେ ଶ୍ରଦ୍ଦାଙ୍କ ସହ ରହିବାକୁ ଲାଗିଲେ । ଅଗଷ୍ଟ ୩୦ରେ ଗୋମତି ନଗର ନାଇଟକ୍ଲବ୍ରେ ଏକ ଗୁଳିମାଡ ଘଟଣାରେ ଗିରଫ ହୋଇ ଜେଲରେ ଥିଲେ । କିଛି ଦିନ ପୂର୍ବରୁ ବେଲ୍ରେ ଆସିଥିଲେ ।

