Latest Odisha News

BREAKING NEWS

ବୈଭବ,ସଞ୍ଜୁଙ୍କୁ ନେଇ ଶ୍ରୀକାନ୍ତଙ୍କ ବଡ଼ ଅଭିଯୋଗ; ଟାର୍ଗେଟ୍‌ରେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ ଟି୨୦ ଦଳରେ ଓପନିଂ ସ୍ଲଟ୍ ଏବଂ ଖେଳାଳିଙ୍କ ଚୟନକୁ ନେଇ ପୂର୍ବତନ ଅଧିନାୟକ କ୍ରିଷ୍ଣମାଚାରୀ ଶ୍ରୀକାନ୍ତ ଟିମ୍ ମ୍ୟାନେଜମେଣ୍ଟ ଏବଂ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ତାଙ୍କ ମତରେ, ଲଗାତାର ପ୍ଲେଇଙ୍ଗ୍ ଏକାଦଶରୁ ବାହାରେ ରଖିବା ଯୋଗୁଁ ଯୁବ ବ୍ୟାଟ୍ସମ୍ୟାନ୍ ବୈଭବ ସୂର‌୍ୟ୍ୟବଂଶୀ ଏବଂ ସଞ୍ଜୁ ସାମସନ୍‌ଙ୍କ ଆତ୍ମବିଶ୍ୱାସ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଉଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ସମେତ କ୍ରମାଗତ ମ୍ୟାଚ୍‌ଗୁଡ଼ିକରେ ୧୫ ବର୍ଷୀୟ ଯୁବ ତାରକା ବୈଭବ ସୂର‌୍ୟ୍ୟବଂଶୀଙ୍କୁ ବେଞ୍ଚରେ ବସାଇ ରଖାଯିବା ନେଇ ଶ୍ରୀକାନ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଅଭିଷେକ ଶର୍ମାଙ୍କୁ ଲଗାତାର ସୁଯୋଗ ମିଳୁଥିବାବେଳେ ବୈଭବଙ୍କୁ ଅଣଦେଖା କରାଯିବା ଠିକ୍ ନୁହେଁ ବୋଲି ସେ ମତ ଦେଇଛନ୍ତି ।ଶ୍ରୀକାନ୍ତ ସ୍ପଷ୍ଟ ଭାବେ କହିଛନ୍ତି ଯେ ପ୍ରତିଟି ମ୍ୟାଚ୍‌ରେ ଦଳର ମିଶ୍ରଣ ବଦଳାଇବା ଦ୍ୱାରା ଖେଳାଳିମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି ଏବଂ ସେମାନଙ୍କର ମନୋବଳ ଭାଙ୍ଗୁଛି । ସଞ୍ଜୁ ସାମସନ୍ ବିଶ୍ୱକପ୍ ଭଳି ବଡ଼ ମ୍ୟାଚ୍‌ରେ ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ, ତାଙ୍କ କ୍ୟାରିୟରରେ ନିରନ୍ତରତାର (ଉକ୍ଟଦ୍ଭଗ୍ଦସଗ୍ଦଗ୍ଧରଦ୍ଭମଚ୍ଚ) ଅଭାବ ରହିଥିବା କଥା ସେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.