Latest Odisha News

BREAKING NEWS

କ୍ରିକେଟ୍‌ର ନୂଆ ଫର୍ମାଟ୍: ଟେଷ୍ଟ ଟ୍ୱେଣ୍ଟି

ନୂଆଦିଲ୍ଲୀ: ପାରମ୍ପରିକ ଟେଷ୍ଟ, ଦିନିକିଆ ଏବଂ ଟି-୨୦ ପରେ କ୍ରିକେଟ୍‌ରେ ଚତୁର୍ଥ ଫର୍ମାଟ ଭାବରେ ଟେଷ୍ଟ ଟ୍ୱେଣ୍ଟି ଆରମ୍ଭ ହେବାକୁ ଯାଉଛି । ଏହାର ଉଦ୍‌ଘାଟନୀ ଟୁର୍ନାମେଣ୍ଟ ୨୦୨୬ ନଭେମ୍ବର ୧୪ ରୁ ୨୯ ପର‌୍ୟ୍ୟନ୍ତ ଶ୍ରୀଲଙ୍କାର କୋଲମ୍ବୋସ୍ଥିତ  ସିଂହଳୀଜ୍ ସ୍ପୋର୍ଟସ୍ କ୍ଲବ ଗ୍ରାଉଣ୍ଡରେ ଖେଳାଯିବ ।ପ୍ରତ୍ୟେକ ମ୍ୟାଚ୍‌ରେ ବାଳକ ଏବଂ ବାଳିକା ଦଳ ପୃଥକ ଭାବେ ନିଜ ନିଜ ବର୍ଗରେ ମ୍ୟାଚ୍ ଖେଳିବେ । ମାତ୍ର ଦୁଇଟିଯାକ ମ୍ୟାଚ୍‌ର ରନ୍‌କୁ ଯୋଗ କରାଯାଇ ମୋଟ ସ୍କୋର ଆଧାରରେ ବିଜେତା ସ୍ଥିର କରାଯାଇଥାଏ। ବାଳକ ବା ବାଳିକା ଦଳ ସଂଗ୍ରହ କରିଥିବା ରନ୍ ଅନ୍ୟ ଦଳର ବିଜୟ ସମ୍ଭାବନାକୁ ସିଧାସଳଖ ପ୍ରଭାବିତ କରିବ, ଯାହାଫଳରେ ଉଭୟ ଦଳର ପ୍ରଦର୍ଶନକୁ ସମାନ ଗୁରୁତ୍ୱ ମିଳିବ । ଏହି ଦିନିକିଆ ମ୍ୟାଚ ୮୦ ଓଭର ବିଶିଷ୍ଟ ହେବ । ମ୍ୟାଚର ପ୍ରଥମ ୪୦ ଓଭର ଦିନ ବେଳା ନାଲି ବଲ୍  ଏବଂ ଧଳା ପୋଷାକରେ ଖେଳାଯିବ । ପରବର୍ତ୍ତୀ ୪୦ ଓଭର ରାତିରେ ଫ୍ଲଡ୍‌ଲାଇଟ୍ ଅଧୀନରେ ଧଳା ବଲ  ଏବଂ ରଙ୍ଗୀନ ପୋଷାକରେ ଖେଳାଯିବ ।

ସ୍କୋର୍ ପ୍ରଥମାର୍ଦ୍ଧରୁ ଦ୍ୱିତୀୟାର୍ଦ୍ଧକୁ ଯୋଡ଼ି ହୋଇ ଆଗକୁ ବଢ଼ିବ । ଟସ୍ ଜିତିବା ପରେ କେବଳ ବ୍ୟାଟିଂ ବୋଲିଂ ନୁହେଁ, ବରଂ ବାଳକ ନା ବାଳିକା ଦଳ ପ୍ରଥମେ ଖେଳିବେ, ସେହି ନିଷ୍ପତ୍ତି ମଧ୍ୟ ନିଆଯିବ । ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ୧୩ ରୁ ୨୧ ବର୍ଷ ବୟସର ୧୬୦ ଜଣ ଯୁବ କ୍ରିକେଟର (୮୦ ଜଣ ବାଳକ ଓ ୮୦ ଜଣ ବାଳିକା) ବଛାଯାଇଛନ୍ତି, ଯେଉଁମାନଙ୍କୁ ୪ଟି ମହାଦେଶୀୟ ଦଳରେ ବିଭକ୍ତ କରାଯିବ । ଗୌରବ ବାହିରୱାନୀ ଏହି ଫର୍ମାଟ୍‌ର ସଂସ୍ଥାପକ ଅଟନ୍ତି । ଚୟନ କମିଟିର ମୁଖ୍ୟ ଭାବେ ବିରାଟ କୋହଲିଙ୍କ ବାଲ୍ୟକାଳର କୋଚ୍ ରାଜକୁମାର ଶର୍ମା ଦାୟିତ୍ୱ ତୁଲାଉଛନ୍ତି ।  ଏବି ଡି’ଭିଲିୟର୍ସ, ମାଥ୍ୟୁ ହେଡେନ୍, ଏବଂ ସର କ୍ଲାଇଭ୍ ଲଏଡ୍‌ଙ୍କ ପରି କ୍ରିକେଟ୍ ଦିଗ୍ଗଜମାନେ ଏହାର ଆଡଭାଇଜର ବୋର୍ଡରେ ଅଛନ୍ତି  ।

Leave A Reply

Your email address will not be published.