Latest Odisha News

BREAKING NEWS

୪୦ ଶହୀଦଙ୍କ ଘରୁ ମାଟି ନେଇ ପୁଲୱାମା ପହଂଚିଲେ ଗୋପୀନାଥ

ପୁଲୱାମା: ଗୋପୀନାଥ ଯାଦବ ଯେଉଁ ଭାବନା ଓ ସଂକଳ୍ପ ସହକାରେ ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ତାହା ସମ୍ପୂର୍ଣ୍ଣ ଭାବେ ଅନ୍ୟମାନଙ୍କଠାରୁ ଭିନ୍ନ ଅଟେ । ତାଙ୍କ ପ୍ରଚେଷ୍ଟା ଅନେକ ଆଖିରେ ଲୁହ ଆଣିଥିବା ବେଳେ ଦେଶପ୍ରେମ ଭାବ ଜାଗ୍ରତ କରାଇଛି । ଗୋପୀନାଥ ସମସ୍ତ ୪୦ ଶହୀଦଙ୍କ ଘରୁ ମାଟି ଆଣିଥିଲେ । ଏଥିପାଇଁ ତାଙ୍କୁ ୬୧ହଜାର କିଲୋମିଟର ଯାତ୍ରା କରିବାକୁ ପଡିଥିଲା ।

ଶହୀଦଙ୍କ ଘରୁ ମାଟି ଆଣିବା ପରେ ସେ ସେମାନଙ୍କ କର୍ମକ୍ଷେତ୍ର, ମଶାଣିଭୂମିର ମଧ୍ୟ ମାଟି ଆଣିଥିଲେ । ଶହୀଦ ସ୍ମାରକୀରେ ଗୋପୀନାଥ ଆଣିବା ମାଟିକୁ ପ୍ରତିଷ୍ଠା କରାଯାଇଥିଲା । ସାରା ଦେଶରେ ଏବେ ଗୋପୀନାଥଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.