Latest Odisha News

BREAKING NEWS

ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ

ନୂଆଦିଲ୍ଲୀ: ବଢିଲା CJP ସହ-ସଂଯୋଜକ ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କ ଅଡୁଆ। ଉଚ୍ଚ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଜନ୍ତରମନ୍ତରର ନିଷିଦ୍ଧ ଅଞ୍ଚଳରେ ପ୍ରବେଶ କରି ତିହାର ଜେଲରେ ଥିବା ଏହି ଦୁଇ ଜଣଙ୍କ ନ୍ୟାୟିକ ହେପାଜତ ୨ ଦିନ ବଢ଼ିଛି।

ସୂଚନା ଅନୁଯାୟୀ, ପାଞ୍ଚ ଦିନର ଜେଲ ଦଣ୍ଡ ସମାପ୍ତ କରିବା ପରେ ଉଭୟଙ୍କୁ ସୋମବାର ମନ୍ଦିର ମାର୍ଗସ୍ଥିତ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ (SEM) କୋର୍ଟରେ ହାଜର କରାଯାଇଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ସେମାନଙ୍କର ନ୍ୟାୟିକ ହେପାଜତକୁ ଆଉ ଦୁଇ ଦିନ ବୃଦ୍ଧି କରିଛନ୍ତି।

ଏହି ସମୟରେ ମାମଲାର ଶୁଣାଣି କରୁଥିବା SEM (ACP ଋତୁରାଜ)ଙ୍କୁ ମଧ୍ୟ ଧମକ ମିଳିଛି। ଏହି ସମ୍ପର୍କରେ, ସେ ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ପୋଲିସ ଷ୍ଟେସନରେ NCR ଅଧୀନରେ ଏକ ମାମଲା ଦାୟର କରିଛନ୍ତି।

 

Leave A Reply

Your email address will not be published.