Latest Odisha News

BREAKING NEWS

ମା’କୁ ମାରି ରୋଷେଇ ଘରେ ପ୍ଲାଷ୍ଟର କରିବା ଘଟଣା: ପୁଅକୁ ଝାଡ଼ଖଣ୍ଡରୁ ଗିରଫ କଲା ପୋଲିସ

ପୁରୀ: କିଛିଦିନ ପୂର୍ବେ ଧର୍ମକ୍ଷେତ୍ର ଶ୍ରୀକ୍ଷେତ୍ରରୁ ଛାତି ଥରାଇ ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଥିଲା। ପୁରୀ ସହର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ପତିତପାବନ ସାହିରେ ଏକ ଭଡା ଘରେ ମା’କୁ ହତ୍ୟା କରି ରୋଷେଇ ଘର ସ୍ଲାବ ତଳେ ପ୍ଲାଷ୍ଟର କରି ଫେରାର ହୋଇଯାଇଥିଲା ପୁଅ। ଏହି ଘଟଣା ଚର୍ଚ୍ଚାର ବିଷୟ ପାଲିଟିଥିଲା। ଏଭଳି କାଣ୍ଡ ଭିଆଇ ଫେରାର୍ ହେବା ପୁଅକୁ ଆଜି ପୋଲିସ ଗିରଫ କରିଛି। ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପୁରୀ ଏସପି ପ୍ରତୀକ ସିଂ।

୫୭ ଦିନ ପରେ ଅଭିଯୁକ୍ତ ପୁଅ ଗିରଫ ହୋଇଛି। ଝାଡ଼ଖଣ୍ଡ ଟାଟା ନଗରରେ ଏକ ଦୋକାନରେ ଅଭିଯୁକ୍ତ ମଦନ ଦଳେଇ କାମ କରୁଥିଲା। ମା’କୁ ନିଜେ ହତ୍ୟା କରିଥିବା ସ୍ବୀକାର କରିଛି ଅଭିଯୁକ୍ତ। ମୃତ ବୃଦ୍ଧାଙ୍କ ନାମ ଅନ୍ନପୂର୍ଣ୍ଣା ଦଳାଇ, ବୟସ ୬୫ ବର୍ଷ । ସେ ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଖାରଡ଼ା ଗ୍ରାମର ବାସିନ୍ଦା ଥିଲେ । ମୃତକଙ୍କ ପୁଅ ମଦନ ଦଳେଇ ଘଟଣା ପରଠୁ ଫେରାର ଥିଲା। ପୋଲିସ ଏକ ସାଇଣ୍ଟିଫିକ୍ ଟିମ୍ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରୋଷେଇ ଘରର ନୂଆ କରି ତିଆରି ହୋଇଥିବା ସିମେଣ୍ଟ ସ୍ଲାବ୍ କୁ ଭାଙ୍ଗି ପ୍ରାୟ ୩ ଘଣ୍ଟାର ପରିଶ୍ରମ ପରେ ଗଳିତ ମୃତଦେହ ଉଦ୍ଧାର କରିଥିଲା।

ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରି ପୋଲିସ ଘଟଣାର ୬ ଦିନ ପରେ ବୃଦ୍ଧାଙ୍କ ପରିଚୟ ସ୍ପଷ୍ଟ କରିଥିଲା। ଏହାପରେ ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କ ସମ୍ପର୍କୀୟଙ୍କ ଦ୍ୱାରା ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

Leave A Reply

Your email address will not be published.