Latest Odisha News

BREAKING NEWS

Rajya Sabha By-Election: ଆସିଲା ତାରିଖ, ଏହିଦିନ ପଡିବ ରାଜ୍ୟସଭା ଉପନିର୍ବାଚନ ଭୋଟ୍! ଅକ୍ଟୋବର ୨୬ରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ (ECI)। ଆସନ୍ତା ନଭେମ୍ବର ୧୨ ତାରିଖରେ ଭୋଟ୍‌ଗ୍ରହଣ ହେବ। ଏହି ଆସନଟି ଏଲ୍‌. ମୁରୁଗନଙ୍କ ଇସ୍ତଫା ପରେ ଖାଲି ପଡ଼ିଛି। ଅକ୍ଟୋବର ୧୪ରୁ ଏହି ଆସନ ଖାଲି ହୋଇଥିବାବେଳେ, ତାଙ୍କ କାର୍ଯ୍ୟକାଳ ୨୦୩୦ ଏପ୍ରିଲ ୨ ପର୍ଯ୍ୟନ୍ତ ରହିବାର ଥିଲା।

ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁଯାୟୀ, ଅକ୍ଟୋବର ୨୬ରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ନଭେମ୍ବର ୨ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ। ନଭେମ୍ବର ୩ରେ ନାମାଙ୍କନପତ୍ର ଯାଞ୍ଚ ହେବ ଏବଂ ନଭେମ୍ବର ୫ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜ ନାମ ପ୍ରତ୍ୟାହାର କରିପାରିବେ। ନଭେମ୍ବର ୧୨ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ୍‌ଗ୍ରହଣ ହେବ। ସେହିଦିନ ଅପରାହ୍ନ ୫ଟାରୁ ଭୋଟ୍‌ଗଣତି ଆରମ୍ଭ ହେବ। ନଭେମ୍ବର ୧୬, ୨୦୨୬ ସୁଦ୍ଧା ସମଗ୍ର ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ଆୟୋଗ ଲକ୍ଷ୍ୟ ରଖିଛନ୍ତି।

ନିର୍ବାଚନର ସ୍ୱଚ୍ଛତା ଓ ନିରପେକ୍ଷତା ବଜାୟ ରଖିବାକୁ ଭୋଟରମାନେ କେବଳ ରିଟର୍ଣ୍ଣିଂ ଅଫିସରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ନିର୍ଦ୍ଦିଷ୍ଟ ବାଇଗଣୀ ରଙ୍ଗର ସ୍କେଚ୍ ପେନ୍‌ ବ୍ୟବହାର କରି ବାଲଟ୍ ପେପରରେ ପସନ୍ଦକ୍ରମ ଚିହ୍ନିତ କରିବେ। ଅନ୍ୟ କୌଣସି କଲମ ବ୍ୟବହାର ନିଷିଦ୍ଧ କରାଯାଇଛି। ନିର୍ବାଚନ ଉପରେ ନଜର ରଖିବା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ। ମୁକ୍ତ, ନିରପେକ୍ଷ ଓ ସ୍ୱଚ୍ଛ ଭାବେ ନିର୍ବାଚନ ସମ୍ପନ୍ନ କରିବାକୁ ଆବଶ୍ୟକ ନିରୀକ୍ଷଣ ବ୍ୟବସ୍ଥା କରିବାକୁ ମଧ୍ୟ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ତାରିଖ ଘୋଷଣା ପରେ ମଧ୍ୟପ୍ରଦେଶରେ ଏହି ଆସନକୁ ନେଇ ରାଜନୈତିକ ଗତିବିଧି ବଢ଼ିବା ଆଶା କରାଯାଉଛି।

Leave A Reply

Your email address will not be published.