Latest Odisha News

BREAKING NEWS

Missing Girl:ନିଖୋଜ ନାବାଳିକାଙ୍କ ମୃତଦେହ ଉଦ୍ଧାର;ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଜଳେଶ୍ବର: ଜଙ୍ଗଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାରକୁ ନେଇ ଜଳେଶ୍ୱର ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ । ଗତ ପାଞ୍ଚ ଦିନ ଧରି ନିଖୋଜ ଥିଲେ ନାବାଳିକା। ଝିଅକୁ ଖୋଜାଖୋଜି କରିବା ପରେ ପରିବାର ଲୋକେ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ଆଜି ବର୍ତ୍ତନା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏକ ଜଙ୍ଗଲରୁ ତାଙ୍କ ମୃତଦେହ ମିଳିଛି ।

ନାବାଳିକାଙ୍କ ଚପଲ ଓ ଓଢ଼ଣୀ ଦୂରରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ ସେଥିରୁ ଜଣାପଡ଼ିଥିଲା ଯେ ନିଖୋଜ ନାବାଳିକାଙ୍କ ମୃତଦେହ ବୋଲି ।

ଖବରପାଇ ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି କି, ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ପୋଲିସ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

Leave A Reply

Your email address will not be published.