Latest Odisha News

BREAKING NEWS

ଫ୍ରାନ୍ସରେ ଶନିବାର ବଡ଼ ବିକ୍ଷୋଭ: ସୁରକ୍ଷା ପାଇଁ ୭୦,୦୦୦ ପୋଲିସ ମୁତୟନ

ପ୍ୟାରିସ୍: ଫ୍ରାନ୍ସରେ ବୃଦ୍ଧି ପାଉଥିବା ମହଙ୍ଗା ପରିସ୍ଥିତି ଏବଂ ସରକାରୀ ନୀତି ବିରୋଧରେ ଆସନ୍ତା ଶନିବାର ପୁଣି ଥରେ ମହା ଆନ୍ଦୋଳନ ପାଇଁ ଡାକରା ଦିଆଯାଇଛି। ଶନିବାର (ଅକ୍ଟୋବର ୧୭) ହୋଇଥିବା ହିଂସାତ୍ମକ ପ୍ରଦର୍ଶନ, ଲୁଟପାଟ୍‌ ଏବଂ ସରକାରୀ ସମ୍ପତ୍ତି ନଷ୍ଟ ଘଟଣାକୁ ଦୃଷ୍ଟିରେ ରଖି ଏଥର ଫ୍ରାନ୍ସ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। *ସାରା ଦେଶରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରାୟ ୭୦,୦୦୦ ପୋଲିସ, ସ୍ୱେଚ୍ଛାସେବୀ ଓ ଜେଣ୍ଡାର୍ମ (ସାମରିକ ପୋଲିସ) ବଳ ମୁତୟନ କରିବାକୁ ଆଭ୍ୟନ୍ତରୀଣ ମନ୍ତ୍ରୀ ଲୋରେଣ୍ଟ ନୁନେଜ୍ ଘୋଷଣା କରିଛନ୍ତି।

ଅସ୍ତ୍ରସଜ୍ଜିତ ଗାଡ଼ି, ୱାଟର କାନନ୍, ବିଶେଷ ସୁରକ୍ଷା ବାହିନୀ ଏବଂ ପୋଲିସ ଟ୍ରେନିଙ୍କୁ ମଧ୍ୟ ପ୍ରମୁଖ ସହରମାନଙ୍କରେ ନିୟୋଜିତ କରାଯାଇଛି। ଗତ ସପ୍ତାହରେ ହୋଇଥିବା ହିଂସାକାଣ୍ଡ ପରେ ସରକାର ଏ ପର୍ଯ୍ୟନ୍ତ ୨,୭୦୦ ରୁ ଅଧିକ ବିକ୍ଷୋଭକାରୀଙ୍କୁ ଗିରଫ କରିଛନ୍ତି ଏବଂ ୨୦୦ ରୁ ଅଧିକ ଲୋକଙ୍କୁ ଜେଲ୍‌ ପଠାଯାଇଛି । ଅନେକ ସ୍ଥାନରେ ଦୂରଗାମୀ ପ୍ରଦର୍ଶନ ଓ ର‍୍ୟାଲି ଉପରେ କଟକଣା ଲଗାଯାଇଛି।

ଶନିବାର ହେବାକୁ ଥିବା ସମ୍ଭାବ୍ୟ ହିଂସା ଏବଂ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପ୍ୟାରିସର ବିଶ୍ୱପ୍ରସିଦ୍ଧ ଲୁଭ୍ର ମ୍ୟୁଜିୟମ ସମେତ ଅନେକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ, କଳା ପ୍ରଦର୍ଶନୀ ଓ ମାର୍କେଟ୍ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। କେତେକ ସହରରେ ସାର୍ବଜନୀନ ପରିବହନ ବ୍ୟବସ୍ଥା ଉପରେ ମଧ୍ୟ କଟକଣା ଜାରି କରାଯାଇଛି।

ଆଭ୍ୟନ୍ତରୀଣ ମନ୍ତ୍ରୀ କହିଛନ୍ତି ଯେ ସରକାର ଆଇନ ଶୃଙ୍ଖଳା ଭଙ୍ଗ କରୁଥିବା ଲୋକଙ୍କ ପ୍ରତି କୌଣସି କୋହଳ ମନୋଭାବ ଦେଖାଇବେ ନାହିଁ। ଶାନ୍ତିପୂର୍ଣ୍ଣ ବିକ୍ଷୋଭକୁ ଅନୁମତି ଥିଲେ ହେଁ ହିଂସା, ଲୁଟପାଟ୍ ଓ ସରକାରୀ ଗୃହ ଉପରେ ଆକ୍ରମଣକୁ କଡ଼ା ହାତରେ ଦମନ କରାଯିବ।

ପ୍ରଶାସନ ପକ୍ଷରୁ ସମସ୍ତ ନାଗରିକଙ୍କୁ ଶାନ୍ତି ବଜାୟ ରଖିବା ଏବଂ ଗୁଜବଠାରୁ ଦୂରେଇ ରହିବାକୁ ଅନୁରୋଧ କରାଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି, ଯେପରି କେହି କୌଣସି ଉତ୍ତେଜକ ବାର୍ତ୍ତା କିମ୍ବା ଗୁଜୁବ ଖବର ପ୍ରସାର କରି ପରିସ୍ଥିତିକୁ ଅଧିକ ଜଟିଳ କରିପାରିବେ ନାହିଁ। ଆଗାମୀ ସ୍ଥିତିକୁ ଅନୁଧ୍ୟାନ କରି ସରକାର ଆବଶ୍ୟକସ୍ଥଳେ ଅଧିକ ସୁରକ୍ଷା ବାହିନୀ ମୁତୟନ କରିବାକୁ ପ୍ରସ୍ତୁତ ରହିଛନ୍ତି।

Leave A Reply

Your email address will not be published.