ବ୍ୟୁରୋ: ଭାରତ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘୋଷଣା କରିଛି ନ୍ୟୁଜିଲାଣ୍ଡ । ଆଗାମୀ ଟି-୨୦ ଓ ଓଡିଆଇ ପାଇଁ ଦଳରେ ପରିବର୍ତ୍ତନ କରାଯାଇଛି । ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ୨ଟି ମ୍ୟାଚ୍ ସରିଛି । ଏବଂ ଭାରତ ୨-୦ରେ ଆଗୁଆ ରହିଛି । ଆଗାମୀ ଆଉ ୩ଟି ମ୍ୟାଚ୍ ପାଇଁ ନ୍ୟୁଜିଲାଣ୍ଡ ସ୍କ୍ୱାର୍ଡରେ ପ୍ଲେୟାର ବଦଳାଯାଇଛି । ଦ୍ରୁତ ବୋଲର ଲକି ଫଗୁ ର୍ସନ ଅକଲାଣ୍ଡ ଯାଉଥିବାରୁ ତୃତୀୟ ଟି-୨୦ଖେଲିପାରିବେ ନାହିଁ । ତେବେ ଶେଷ ଦୁଇଟି ଟି-୨୦ ମ୍ୟାଚ୍ ପାଇଁ ସେ ପୁଣି ଟିମ୍ରେ ସାମିଲ ହେବେ ବୋଲି ସୂଚନା ମିଲିଛି । ଘରୋଇ ଦଳର ଦ୍ରୁତ ବୋଲିଂ ବିଭାଗକୁ ମଜବୁତ କରିବା ପାଇଁ ମ୍ୟାଟ୍ ଫିଶର ତୃତୀୟ ଟି-୨୦ ପାଇଁ ଦଳ ସହ ୱେଲିଂଟନ ଯିବେ । ଏହି ମ୍ୟାଚ୍ ପରେ ସେ ପୁଣି ନ୍ୟୁଜିଲାଣ୍ଡ-ଏ ଦଳକୁ ଫେରିଯିବେ । ଏହି ସମୟରେ ମ୍ୟାଟ୍ ହେନରୀ କ୍ରାଇଷ୍ଟଚର୍ଚ୍ଚରେ ରହିବେ । ଏବଂ ନଭେମ୍ବର ୨ରେ ଅକ୍ଲାଣ୍ଡରେ ଦିନିକିଆ ଟିମ୍ ସହ ଯୋଗ ଦେବେ । କାଇଲ ଜାମିସନ ଅକ୍ଟୋବର ୨୭ ମଙ୍ଗଳବାର ଦିନ ଖେଳାଯିବାକୁ ଥିବା ତୃତୀୟ ଟି-୨୦ ମ୍ୟାଚରେ ଅଂଶଗ୍ରହଣ କରିବେ । ଅକ୍ଟୋବର ୩୧ରେ ଫୋର୍ଡ ଟ୍ରଫିର ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ରହିବେ । ପରେ ପୁଣି ଓଡିଆଇ ସିରିଜ୍ ପାଇଁ ଟିମ୍ ସହ ଯୋଗଦେବେ । ବ୍ଲେୟାର ଟିକନର ଶେଷ ତିନୋଟି ଟି-୨୦ ମ୍ୟାଚ୍ ପାଇଁ ଦଳରେ ଯୋଗଦେବେ । ଜୋସ୍ ଶେଷ ଦୁଇଟି ମ୍ୟାଚ୍ ପାଇଁ ଚୟନ ପ୍ରକ୍ରିୟାରେ ଉପଲବ୍ଧ ହେବେ ।
ଆଗକୁ ୫ମ୍ୟାଚ୍ ବିଶିଷ୍ଟ ଓଡିଆଇ ସିରିଜ୍ ଥିବାରୁ ଖେଳାଳିଙ୍କ ଉପରେ କାର୍ଯ୍ୟଭାର ପରିଚାଳନାକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ କରାଯାଇଛି । କ୍ରିକେଟ ନ୍ୟୁଜିଲାଣ୍ଡ ଅନୁସାରେ, ଟି-୨୦ ସିରିଜର ଆରମ୍ଭ ଖୁବ୍ ପ୍ରତଯୋଗିତା ମୂଳକ ରହିଛି । ଆମ ଟିମ୍ରେ ଖେଳାଳିଙ୍କ ଉପଲବ୍ଧତା ଭଲ ଅଛି । ଅକୋଟବର ୨୭ରେ ତୃତୀୟ ଟି-୨୦ ଖେଲାଯିବ । ମ୍ୟାଚ୍ଟି ନ୍ୟୁଜିଲାଣ୍ଡ ପାଇଁ ଜିତିବା ବାଧ୍ୟତାମୂଳକ ।

