Latest Odisha News

BREAKING NEWS

ମନମୋହିଲା ରଘୁରାଜପୁର ଦମ୍ପତ୍ତିଙ୍କ ପ୍ରସ୍ତୁତ ପଟ୍ଟଚିତ୍ର

ଜଟଣୀ ନିକଟ ଇନଫୋଭ୍ୟାଲି-୨ରେ ଆରବିଆଇର ଡାଟା ସେଂଟର ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିା ଏହି ଅବସରରେ ଆରବିଆଇ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଏକ ସୁନ୍ଦର ପଟ୍ଟଚିତ୍ର ପ୍ରଦାନ କରାଯାଇଛି । ଏହି ପଟ୍ଟଚିତ୍ରଟି ରଘୁରାଜପୁରର ଦମ୍ପତ୍ତି ପ୍ରସ୍ତୁତ କରିଥିଲେ । ବିଜୟ ମହାରଣା ଏବଂ ତାଙ୍କ ପତ୍ନୀ ଏହି ପଟ୍ଟଚିତ୍ରକୁ ପ୍ରସ୍ତୁତ କରିଥିଲେ । ଆରବିଆଇ ପକ୍ଷରୁ ଦମ୍ପତ୍ତିଙ୍କୁ ୨ଟି କ୍ଲଥ୍ ପିକ୍ଚର ପାଇଁ ଅର୍ଡର ଦିଆଯାଇଥିଲା । ଗୋଟିଏ ପଟ୍ଟଚିତ୍ର ପ୍ରଧାନମନ୍ତ୍ରୀଙ୍କୁ ଆରବିଆଇ ପକ୍ଷରୁ ପ୍ରଦାନ କରାଯାଇଥିବା ବେଳେ ଅନ୍ୟଟି ଡାଟା ସେଂଟରର ଶୋଭା ବଢାଇବ ବୋଲି ସୂଚନା ମିଳିଛି । ପଟ୍ଟଚିତ୍ରରେ ନୂଆ ଡାଟା ସେଂଟରକୁ ସ୍ଥାନୀତ କରାଯାଇଛି । କପଡା ଉପରେ ଅଙ୍କିତ ଏହି ସୁନ୍ଦର ଚିତ୍ରକୁ ଦେଖି ପ୍ରଧାନମନ୍ତ୍ରୀ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ଏହି ପଟ୍ଟଚିତ୍ର ଆମ ଐତିହ୍ୟ ପରମ୍ପରା ଓ କଳା ସଂସ୍କୃତିର ବଖାଣ କରୁଛି । ପଟ୍ଟଚିତ୍ର କରିଥିବା ବିଜୟ ମହାରଣା ହେଉଛନ୍ତି ଜଣେ ରଷ୍ଟ୍ରପତି ସମ୍ମାନପ୍ରାପ୍ତ ଶିଳ୍ପୀ । ପୁରୀ ଦାଣ୍ଡସାହିର ରଘୁରାଜପୁରରେ ସେ ରୁହନ୍ତି । ଯେଉଁଠି ପୀଢି ପରେ ପିଢୀ ଏହି କଳା ଶିଳ୍ପକୁ ବଂଚାଇ ରଖିବାକୁ କାମ କରିଆସୁଛନ୍ତି । ଡିସେମ୍ବର ୨୦୨୧ରେ ସେ କଳାକୁମ୍ଭ- ଆଜାଦି କା ଅମୃତ ମହୋତ୍ସବରେ ସାମିଲ ହୋଇଥିଲେ । ଏବେ ଏହି ଦମ୍ପତ୍ତି ଦିଲ୍ଲୀରେ ଥିବା ସୂଚନା ରହିଛି ।

Leave A Reply

Your email address will not be published.