ନୂଆଦିଲ୍ଲୀ: ଆଇପିଏଲ ମହାମୁକାବିଲା ପୂର୍ବରୁ ଖେଳାଳିଙ୍କ ଟ୍ରେଡିଂ ଏବଂ ଫ୍ରାଞ୍ଚାଇଜ୍ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଭାରତୀୟ ଦଳର ଅଭିଜ୍ଞ ଅଲରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରାଯାଇଛି । ଭାରତୀୟ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ ଏକ ବଡ଼ ଭବିଷ୍ୟବାଣୀ କରି କହିଛନ୍ତି ଯେ, ଆଗାମୀ ଆଇପିଏଲ୍ ସିଜନ୍ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ମାଲିକାନାଧୀନ ପଞ୍ଜାବ କିଙ୍ଗ୍ସ ଦଳରେ ସାମିଲ ହୋଇପାରନ୍ତି । ହାର୍ଦ୍ଦିକ ଆଗାମୀ ଆଇପିଏଲ୍ରେ କୌଣସି ନୂତନ ଫ୍ରାଞ୍ଚାଇଜ୍ ପାଇଁ ଖେଳୁଥିବାର ନଜର ଆସିପାରନ୍ତି ବୋଲି କ୍ରିକେଟ୍ ମହଲରେ ଚର୍ଚ୍ଚା ହେଉଛି ।
ଯଦି ଏହା ସତ ହୁଏ, ତେବେ ଏହା ଆଇପିଏଲ୍ ଟ୍ରେଡ୍ କଳ୍ପନାଜଳ୍ପନା ମଧ୍ୟରେ ଏକ ବଡ଼ ପରିବର୍ତ୍ତନ ହେବ । ଭାରତୀୟ ଅଭିଜ୍ଞ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ରେ ଦାବି କରିଛନ୍ତି ଯେ, ଆଗାମୀ ଆଇପିଏଲ୍ ସିଜନ୍ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିୟାନ୍ସ ଛାଡ଼ି ପଞ୍ଜାବ କିଙ୍ଗ୍ସ ସହିତ ଟ୍ରେଡ୍ ହୋଇପାରନ୍ତି । ରିପୋର୍ଟ ମୁତାବକ, ମୁମ୍ବାଇ ଇଣ୍ଡିୟାନ୍ସ ଏହି ଟ୍ରେଡ୍ ଜରିଆରେ ପଞ୍ଜାବର କୌଣସି ଜଣେ ଭାରତୀୟ ବାମହାତୀ ପେସ୍ ବୋଲର କିମ୍ବା ଲେଗ୍-ସ୍ପିନରଙ୍କୁ ନିଜ ଦଳରେ ସାମିଲ କରିବାକୁ ଚାହୁଁଛି । ଅଶ୍ୱିନ ରୋହିତ ଶର୍ମାଙ୍କ ଭବିଷ୍ୟବାଣୀ ଏବଂ ଆଗାମୀ ଦିନରେ ଯୁବ ଅଲରାଉଣ୍ଡର ନମନ ଧୀରଙ୍କୁ ମୁମ୍ବାଇ ଇଣ୍ଡିୟାନ୍ସର ଅଧିନାୟକ କିମ୍ବା ନୂତନ ବିକଳ୍ପ ଭାବେ ଦେଖାଯିବା ନେଇ ମଧ୍ୟ ଆଲୋଚନା କରିଛନ୍ତି।

