Latest Odisha News

BREAKING NEWS

ନିର୍ବାଚନ ଆୟୋଗଙ୍କ ଏକପାଖିଆ ନିଷ୍ପତି ନେଇ ହୋଇଥିବା ଆବେଦନ ସ୍ଥଗିତ, ଆମେ କରିବୁ ଯାଂଚ୍‌: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନଙ୍କ କାର୍ଯ୍ୟକାରିତାକୁ ଚାଲେଂଜ କରି ଇସିଆଇ ଦ୍ୱାରା ଦାଖଲ ହୋଇଥିବା ପ୍ରତି ଆଫିଡେଭିଟ୍ ଉପରେ ପ୍ରତିବାଦ ଦାଖଲ କରିବାକୁ ୧୦ଦିନ ସମୟ ଦେଇଛନ୍ତି । ସିଜେଆଇ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ଭି.ମୋହନାଙ୍କ ଏକ ଖଣ୍ଡପୀଠ ମୁଖ୍ୟ ନିର୍ବାଚନ କମିଶନର ସିଇସି ଜ୍ଞାନେଶ କୁମାରଙ୍କ କାର୍ଯ୍ୟକାରିତାକୁ ଚାଲେଂଜ କରି ଭାରତୀୟ ନିର୍ବାଚନ କମିଶନର ଅନେକ ନିଷ୍ପତ୍ତି, ଯେଉଁଥିରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ନିଷ୍ପତ୍ତି ଅନ୍ତୁର୍ଭୂକ୍ତ । ଅନ୍ୟ ଦୁଇ ନିର୍ବାଚନ କମିଶନରଙ୍କ ସମ୍ମତି ବିନା ନିଆଯାଇଥିବା ଅଭିଯୋଗ କରିଥିଲେ । ଶୁଣାଣି ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଇଣ୍ଡିଆ ବ୍ଲକ୍ ନେତାଙ୍କ ଦ୍ୱାରା ଦାୟର ଆବେଦନରେ ଉପସ୍ଥିତ ଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି, ଫାଇଲ-ନୋଟିଂ ଏବଂ ଆଭ୍ୟନ୍ତରୀଣ ଯୋଗାଯୋଗ ସଂରକ୍ଷଣ ପାଇଁ ଏକ ନିର୍ଦ୍ଦେଶ ପାସ୍ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ । କହିଥିଲେ , ଯେ ନିଷ୍ପତି ଗୁଡିକ ସର୍ବସମ୍ମତ କି ଏକପାଖିଆ ତାହା ନିଷ୍ପତ୍ତି ସର୍ବସମ୍ମତ କି ନୁହେଁ ତାହା ଉପରେ ନିର୍ଭର କରେ । ଫାଇଲ ନୋଟିଂ ଇତ୍ୟାଦି ସଂରକ୍ଷଣ କରାଯାଉ ବୋଲି ସିଂଘବି ଅନୁରୋଧ କରିଥିଲେ ।

ପ୍ରଧାନ ବିଚାରପତି କହିଛନ୍ତି, ଆମେ ସବୁ ଜାଣୁ, ଆମେ ଯାଂଚ କରିବୁ । ନିର୍ବାଚନ ଆୟୋଗ କହିଛନ୍ତି ତାଲିକାରେ ନାମ ଅନ୍ତର୍ଭୂକ୍ତ କରିବାକୁ ବ୍ୟବହୃତ ଫମ ର୍-୬ରେ କୌଣସି ସଂଶୋଧନ ହୋଇନି । ସିଇସି ଜ୍ଞାନେଶ କୁମାରଙ୍କୁ ତାଙ୍କ ପଦବୀରେ କାମ କରିବାରୁ ରୋକିବାକୁ ଦାଖଲ ଆବେଦନ ଗ୍ରହଣଯୋଗ୍ୟ ନୁହେଁ ବୋଲି ଆୟୋଗ କହିଛି । ବିଚାରପତି ବାଗଚୀ ମଧ୍ୟ ପ୍ରଶ୍ନ କରିଥିଲେ ଯେ ସମ୍ପୃକ୍ତ ନଥିପତ୍ର ଯାଂଚ ନକରି ବିପକ୍ଷ ପକ୍ଷକୁ ନଶୁଣି କୋର୍ଟ କିପରି ଏକତରଫା ନିଷ୍ପତ୍ତି ନିଆଯାଇଛି ବୋଲି ଧରିନେଇ ଏକ୍ସ-ପାଟି ର୍ଏକପକ୍ଷୀୟ ଆଦେଶ ଜାରି କରିପାରିବେ? ଶେଷରେ ଖଣ୍ଡପୀଠ କେନ୍ଦ୍ର ସରକାର, ଇସିଆଇ, ଜ୍ଞାନେଶ କୁମାର, ସୁଖବୀର ସିଂ ସାନ୍ଧୁ ଓ ବିବେକ ଯୋଶୀଙ୍କୁ ନୋଟିସ୍ ଜାରି କରିଛନ୍ତି ।

Leave A Reply

Your email address will not be published.