Latest Odisha News

BREAKING NEWS

Janhavi Reveals Marriage Plans: ଖୁବଶୀଘ୍ର ମ୍ୟାରେଜ୍ କରିବେ ଜାହ୍ନବି !

ଶିଖର ପହରିୟାଙ୍କ ସହ ସମ୍ପର୍କ କଥା ମାନିଲେ ଜାହ୍ନବି

ମୁମ୍ବାଇ: ବିବାହ କରିବେ ଜାହ୍ନବୀ କପୁର । ନିଜ ଲଭ୍ ଲାଇଫ୍ ବିଷୟରେ ମଧ୍ୟ ଖୁଲାସା କଲେ । ଆଜ୍ଞା ହଁ, ଶିଖର ପହରିୟାଙ୍କୁ ସେ ପ୍ରେମ କରୁଛନ୍ତି ଏବଂ ଖୁବଶୀଘ୍ର ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି କହିଛନ୍ତି ବଲିଉଡର ଏହି ପରମସୁନ୍ଦରୀ ଜାହ୍ନବୀ କପୁର । ନିକଟରେ ଅଭିନେତା ବରୁଣ ଧୱନଙ୍କ ସହ କଫି ୱିଥ୍ କରଣ ସିଜିନ୍ ୯ର ତୃତୀୟ ଏପିସୋଡରେ ନଜର ଆସିଥିଲେ ଜାହ୍ନବୀ । ଯେଉଁଠି କରଣ ଜୋହର ଜାହ୍ନବୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ପଚାରିଥିଲେ । ବିଶେଷକରି ବିବାହ ଯେଜନା କଥା ପଚାରିବାରୁ ସିଧାସିଧା ଜାହ୍ନବୀ ଖୋଲି କହିଦେଲେ ସବୁକଥା । ଆଗାମୀ ୨ରୁ ୩ ବର୍ଷ ମଧ୍ୟରେ ବିବାହର କୌଣସି ପ୍ଲାନିଂ ନଥିବା କହିବା ସହ ସିଖର ପହରିୟାଙ୍କ ସହ ସମ୍ପର୍କ ବିଷୟରେ କହିଥିଲେ । ଦୁହେଁ ଦୁହିଁଙ୍କ ସମ୍ପର୍କକୁ ଖୁବ ଭଲଭାବରେ ମ୍ୟାନେଜ୍ କରି ଚଳୁଛନ୍ତି ବୋଲି କହିଛନ୍ତି ଜାହ୍ନବୀ ।

ମା ତଥା ଅଭିନେତ୍ରୀ ଶ୍ରୀଦେବୀଙ୍କ ଦେହାନ୍ତ ପରେ ସିଖର କିପରି ଇମୋସନାଲ୍ ସପୋର୍ଟ ଦେଇଥିଲେ ସେ ବିଷୟରେ କହିଛନ୍ତି ଜାହ୍ନବୀ । ଏମିତିକି ଶ୍ରୀଦେବୀଙ୍କ ପରଲୋକ ବେଳକୁ ଶିଖର ଲଣ୍ଡନରେ ରହୁଥିଲେ । କେବଳ ଜାହ୍ନବୀଙ୍କ ପାଇଁ ସେ ମୁମ୍ବାଇରେ ଆସି ସେଟେଲ୍ ହେଲେ ବୋଲି କହିଛନ୍ତି ଜାହ୍ନବୀ । ଆମେ ଦୁହେଁ ଦୁହିଁଙ୍କ ପାଇଁ ଜରୁରୀ ଏବଂ ଗୁରୁତ୍ୱପର୍ଣ୍ଣ ବୋଲି କହିଛନ୍ତି ଜାହ୍ନବୀ । ଜାହ୍ନବୀଙ୍କ ଜୀବନରେ ଶିଖରଙ୍କ ଗୁରୁତ୍ୱ କଥା କହିଛନ୍ତି ନିଜେ ଜାହ୍ନବୀ ।

Leave A Reply

Your email address will not be published.