Latest Odisha News

BREAKING NEWS

କର୍ଣ୍ଣାଟକରେ ନଭେମ୍ବର ୧ରୁ ବଢିବ କ୍ଷୀର ଦର, ଲିଟର ପିଛା ହେବ ୮ ଟଙ୍କା

ବେଙ୍ଗାଳୁରୁ: ଗୁରୁବାର କର୍ଣ୍ଣାଟକ କ୍ୟାବିନେଟରେ ବଡ ନିଷ୍ପତ୍ତି । କ୍ଷୀର ମୂଲ୍ୟରେ ପ୍ରତି ଲିଟର ପିଛା ୮ଟଙ୍କା ଦର ବୃଦ୍ଧିକୁ ମିଳିଛି ଅନୁମୋଦନ । ଏହି ବର୍ଦ୍ଧିତ ଦର ନଭେମ୍ବର ୧ରୁ ଲାଗୁ ହେବ ବୋଲି ସୂଚନା ମିଲିଛି । ଏହି ବର୍ଦ୍ଧିତ ଦର ଲାଗୁ ହେଲେ ଚାଷୀଙ୍କ ହାତକୁ ସିଧାସଳଖ ଯିବ ୭ ଟଙ୍କା । ଟଙ୍କାଏ ଯିବ କ୍ଷୀର ୟୁନିୟନ ପାଖକୁ । ଚାଷୀ ମାନଙ୍କ ଦ୍ୱାରା ବର୍ଦ୍ଧିତ ମୂଲ୍ୟ ମଧ୍ୟରେ ଉତ୍ତମ ଲାଭ ପାଇଁ ଦାବି ପରେ ଏହି ପ୍ରସ୍ତାବକୁ ମଂଜୁରୀ ମିଳିଛି । ପୂର୍ବରୁ ରାଜ୍ୟ ସରକାରଙ୍କ ପାଖରେ କ୍ଷୀର ଉତ୍ପାଦକ ମାନେ ଲିଟର ପିଛା ୧୦ ଟଙ୍କା କ୍ଷୀର ଦର ବୃଦ୍ଧି ପାଇଁ ଦାବି କରି ଆସୁଥିଲେ । ଦୁଗ୍ଧ ଚାଷୀ ମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାର ସମାଧାନ ପାଇଁ ବିଧାନ ପରିଷଦ ଏକ ବୈଠକ ଡାକିଥିଲେ । ଦୁଗ୍ଧଚାଷୀଙ୍କ ପ୍ରତିବାଦ ସହ କୋଅପରେଟିଭ୍ ମାନେ ମଧ୍ୟ ମୂଲ୍ୟ ବୃଦ୍ଧି ନେଇ ଦାବି କରିଥିଲେ । ସର୍ବସମ୍ମତି ନିଷ୍ପତ୍ତି ନେବା ପୂର୍ବରୁ କ୍ୟାବିନେଟ୍ ଦୁଇ କିମ୍ବା ୩ଥର ଏହି ପ୍ରସଙ୍ଗ ଉପରେ ବିଚାର କରିଛନ୍ତି । ବହୁ ବିଚାର ବିମର୍ଷ ପରେ ଶେଷରେ କ୍ଷୀର ଦର ୮ ଟଙ୍କା ବଢିଛି । ୭ ଟଙ୍କା ଚାଷୀକୁ ଯାଉଥିବା ବେଳେ ଟଙ୍କାଏ କୋଅପରେଟିଭକୁ ମିଳିବ । ତେବେ ୧୦ ଟଙ୍କା ବୃଦ୍ଧି ଦାବି କରାଯାଇଥିବା ବେଳେ ଏତେ ଟଙ୍କା ବୃଦ୍ଧି କରାଯାଇପାରିବନି ବୋଲି ମନ୍ତ୍ରୀ କହିଛନ୍ତି ।

କର୍ଣ୍ଣାଟକ ଚାଷୀଙ୍କ ପ୍ରୋତ୍ସାହନ ସହ ପ୍ରତି ଲିଟର ପିଛା ୪୭ ଟଙ୍କା ମିଲିବ । ପୂର୍ବରୁ ଚାଷୀଙ୍କୁ ୩୫ ଟଙ୍କା ଲିଟର ପିଛା ମିଳୁଥିିଲା । ସରକାରଙ୍କ ତରଫରୁ ୫ ଟଙ୍କା ପ୍ରୋତ୍ସାହନ ରାଶି ମିଳୁଥିଲା । ନଭେମ୍ବର ୧ରୁ ଏହା ୪୨ ଟଙ୍କାକୁ ବୃଦ୍ଧି ପାଇବ । ଏହାଛଡା ସରକାରୀ ପ୍ରୋତ୍ସାହନ ମଧ୍ୟ ବଳବତ୍ତର ରହିବ । ତେଣୁ ଚାଷୀ ମୋଟ୍ ୪୭ ଟଙ୍କା ଲିଟର ପିଛା ଲାଭ ପାଇବେ ।

Leave A Reply

Your email address will not be published.