ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସିନିୟର ମହିଳା ଫିଡେ ରେଟେଡ୍ ଚେସ୍ ଚାମ୍ପିଅନସିପ୍ ୨୦୨୬ ଆସନ୍ତା ନଭେମ୍ବର ୨ ରୁ ୫ ତାରିଖ ପର୍ୟ୍ୟନ୍ତ ବିଶ୍ୱନାଥନ ଆନନ୍ଦ ଚେସ ହଲ, କିଟରେ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତା ଜଗତସିଂହପୁର ଜିଲ୍ଲା ଚେସ୍ ଆସୋସିଏସନ ଦ୍ୱାରା ଆୟୋଜିତ ଏବଂ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ ଆନୁକୂଲ୍ୟରେ ତଥା କ୍ରୀଡା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାରଙ୍କ ସହଯୋଗରେ ହେଉଛି । ପୂର୍ବରୁ ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମରେ ହେବାକୁ ଥିବା ଏହି ପ୍ରତିଯୋଗିତା ଘୂର୍ଣ୍ଣିବଳୟ ଅର୍ଣ୍ଣବ ରେଡ୍ ଆଲର୍ଟ ଯୋଗୁଁ କିଟକୁ ସ୍ଥାନାନ୍ତର ହୋଇଛି । ୭୦୦ ଟଙ୍କା ଏଣ୍ଟ୍ରି ଫି, ରାଜ୍ୟର ଯେ କୌଣସି ବୟସର ମହିଳା ବା ବାଳିକା ଖେଳାଳି ପ୍ରବେଶିକା ଦେୟ ଦେଇ ସିଧାସଳଖ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିପାରିବେ ।
ଟ୍ରଫି ସହ ଚାମ୍ପିଅନ ପ୍ରତିଯୋଗୀଙ୍କୁ ୧୫,୦୦୦ ଟଙ୍କା , ରନର୍ସଅପଙ୍କୁ ଟ୍ରଫି ସହ ୧୦,୦୦୦ ଟଙ୍କା, ସ୍ଥାନ ହାସଲକାରୀଙ୍କୁ ଟ୍ରଫି ସହ ୫,୦୦୦ ଟଙ୍କା, ଶ୍ରେଷ୍ଠ ପନ୍ଦର ଜଣ ମୁଖ୍ୟ ଖେଳାଳିଙ୍କୁ ଅର୍ଥ ପୁରସ୍କାର ପ୍ରଦାନ କରାଯିବ । ଏହାଛଡ଼ା ସାତ,ନ,ଏଗାର, ତେର ଓ ପନ୍ଦର ବର୍ଷରୁ କମ ଶ୍ରେଷ୍ଠ ଦୁଇଜଣଙ୍କ ସହ ଶ୍ରେଷ୍ଠ ବରିଷ୍ଠ ମହିଳା ଓ ଭିନ୍ନକ୍ଷମ ଖେଳାଳିଙ୍କୁ ମଧ୍ୟ ସ୍ୱତନ୍ତ୍ର ପୁରଷ୍କାର ପ୍ରଦାନ କରାଯିବା । ଶୀର୍ଷ ୪ ଜଣ ଖେଳାଳି ହାଇଦ୍ରାବାଦରେ ନଭେମ୍ବର ୩୦ ରୁ ଡିସେମ୍ବର ୧୦ ପର୍ୟ୍ୟନ୍ତ ହେବାକୁ ଥିବା ଜାତୀୟ ମହିଳା ଚାମ୍ପିଅନସିପ୍ ପାଇଁ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବେ । ଖେଳାଳି ମାନଙ୍କୁ ମାଗଣା ଡର୍ମିଟୋରୀ ରହିବା ବ୍ୟବସ୍ଥା କରାଯାଇ ଅଛି । ସଞ୍ଜୀବ ମହାନ୍ତି ୯୭୮୧୭୨୩୩୮, ଭବେଶ ମହାନ୍ତି କିମ୍ବା କାର୍ୟ୍ୟକାରୀ ସମ୍ପାଦକ ଏ ଓ ସି ଏ ୯୯୩୭୮୮୭୩୭୨ ଙ୍କ ସହ ସହ ଯୋଗାଯୋଗ କରିବାକୁ ରାଜ୍ୟ ଚେସ ସଂଘ ସଭାପତି ସତ୍ୟ ରଂଜନ ପଟଟନାୟକ ଅନୁରୋଧ କରିଛନ୍ତି । https://forms.gle/QKBaHDYswFSEXFxYA ଏହି ଲିଙ୍କରେ ଯୋଗାଯୋଗ କରିବାକୁ ଆୟୋଜକଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

