କେନ୍ଦ୍ରାପଡା: ରାଜ୍ୟରେ ଗୋଟେପଟେ ଉତ୍ସବ, ଅନ୍ୟପଟେ ବାତ୍ୟା ପରେ ବନ୍ୟା ସ୍ଥିତିି । ଗୋଟେପଟେ ଚାଲିଛି ମା ଗଜଲକ୍ଷ୍ମୀଙ୍କ ଆରାଧନା, ଗୋଟେପଟେ ବାତ୍ୟା ପରେ ଜଳପ୍ରଳୟ ସ୍ଥିତି । ଏସବୁ ଭିତରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । କେନ୍ଦ୍ରାପଡାରେ ଜଣେ ମହିଳାଙ୍କୁ ବୀଭତ୍ସ ଭାବେ ମୁଣ୍ଡ ଗୁଣ୍ଡି ଅଲଗା କରି ନଦୀ ପଠାରେ ଫିଙ୍ଗିଦେଇଛନ୍ତି ଦୁର୍ବୃତ୍ତ । ଘଟଣା ଘଟିଛି ମାର୍ଷାଘାଇ ବ୍ଲକ୍ ଆଇତିପୁର ପଂଚାୟତରେ । ଲୁଣାନଦୀ ବନ୍ଧରୁ ଏକ ଅଜଣା ମୁଣ୍ଡବିିହୀନ ମୃତଦେହ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକ ମୃତଦେହ ଦେଖି କୁଦାନଗରୀ ଥାନାକୁ ଖବର ଦେଇଥିଲେ । ପୋଲିସ ପହଂଚି ଘଟଣାସ୍ଥଳରେ ଛାନବିନ୍ ଜାରି ରଖିଚି । ମୃତଦେହରୁ ଜଣେ ବିବାହିତ ମହିଳା ବୋଲି ଜଣାପଡୁଛି । ତାଙ୍କ ବୟସ ୩୦ରୁ ୩୫ ବଷ ର୍ ହେବ ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ଗତକାଲି ରାତିରେ କେହି ଦୁର୍ବତ୍ତ ତାଙ୍କୁ ମାରି ନଈବନ୍ଧ ନିକଟରେ ଫିହ୍ଗିଦେଇଥିବା ପୋଲିସ ଅନୁମାନ କରୁଛି । ମହିଳାହ୍କ ପରିଚୟ କଣ, କଏ ଓ କାହିଁକି ତାଙ୍କୁ ଏଠାରେ ମାରି ଫୋପାଡି ଦେଇଛି ସେନେଇ ତଦନ୍ତ ଜାରି ରଖିଛିା ଘଟଣାସ୍ଥଳରେ କୁଦାନଗରୀ ଥାନାଅଧିକାରୀ ସୌମ୍ୟରଂଜନ ପାଣିଗ୍ରାହୀ ଓ ସାଇଂଟିଫିକ୍ ଟିମ୍ ତଦନ୍ତ କରିଛନ୍ତି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ତାର ତଦନ୍ତ ଜାରି ରଖିଛି ।
BREAKING NEWS
- ପିଏମ୍ କିଷାନ ଉତ୍ସବ, ଓଡ଼ିଶାର ୩୫ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା
- ନଈବନ୍ଧରୁ ମୁଣ୍ଡବିହୀନ ଅଜଣା ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରି
- ଦକ୍ଷିଣ ଓଡିଶାରେ ଅର୍ଣ୍ଣବର ପ୍ରଭାବ, ଗଂଜାମ ଓ ଗଜପତିରେ ବିନାଶକାରୀ ବନ୍ୟା
- ବାତ୍ୟା ‘ଅର୍ଣ୍ଣବ’ ଧସିଲା ପଳାସପୁର ପୋଲ; ତପ୍ତପାଣି ଘାଟି ନିକଟରେ ଭୂସ୍ଖଳନ, NH-326 ରେ ଯାତାୟାତ ବାଧାପ୍ରାପ୍ତ
- Stealth Ships: ନୌସେନାର ଶକ୍ତି ବଢ଼ାଇବ ୪୦ ହଜାର କୋଟିର ଯୁଦ୍ଧ ଜାହାଜ! ରାଡାର୍କୁ ଚକ୍ମା ଦେବ ଭାରତର ନୂଆ ଷ୍ଟେଲ୍ଥ କର୍ଭେଟ୍!
- Israeli Election: ନେତାନ୍ୟାହୁଙ୍କ ହାତରୁ ଚାଲିଯିବ ଇସ୍ରାଏଲ୍? ବହୁମତରେ ଫେଲ୍… ଇସ୍ରାଏଲ୍ରେ ସରକାର ଗଠନର ଚାବି ଏବେ ଆରବ ଦଳଙ୍କ ହାତରେ!
- ଆନ୍ଧ୍ରପ୍ରଦେଶରେ ଅର୍ଣ୍ଣବର ପ୍ରଭାବ, ୭ ମୃତ, ୪୬୦୦ କୋଟିର କ୍ଷୟକ୍ଷତି ଆକଳନ
- PM-KISAN: ଚାଷୀଙ୍କ ଖାତାକୁ ଆସିଲା ୧୯ ହଜାର କୋଟି! ପିଏମ୍ କିଷାନର ୨୪ତମ କିସ୍ତି ଜାରି କଲେ ମୋଦୀ, ଗୁଜରାଟକୁ ୧୪ ହଜାର କୋଟିର ପ୍ରକଳ୍ପ ଭେଟି
- ହବିଷ୍ୟାଳୀ କେନ୍ଦ୍ର ପରିଦର୍ଶନ କଲେ ଆଇନ ମନ୍ତ୍ରୀ, ନେଲେ ମାଆ ମାନଙ୍କ ଆଶିର୍ବାଦ
- ବନ୍ୟାରେ କୃଷ୍ଣସାର ମୃଗ ମୃତ୍ୟୁ ଖବର ଗୁଜବ, ସେମାନେ ସୁରକ୍ଷିତ ଥିବା ସ୍ପଷ୍ଟ କଲା ବନ ବିଭାଗ
