Latest Odisha News

BREAKING NEWS

ଓଡିଶାରେ ଖାଲି ପଡିଛି ୬୦ ପ୍ରତିଶତ ଇଞ୍ଜିନିୟରିଂ ସିଟ୍

ଭୁବନେଶ୍ୱର: ଓଡିଶାରେ ଲଗାତାର ଭାବେ ଇଞ୍ଜିନିୟରିଂ କୋର୍ସର ଚାହିଦା କମୁଛି । ଏପରିକି ଏଥିପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ କମୁଥିବାରୁ ୨୦୧୯-୨୦ ଶିକ୍ଷା ବର୍ଷରେ ପ୍ରାୟ ୬୦ ପ୍ରତିଶତ ସିଟ୍ ଖାଲିପଡିଛି ।

ରାଜ୍ୟ ବିଧାନସଭାରେ ସୂଚନା ଦେଇ ଶନିବାର ଦିନ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି “ଓଡିଶାର ୯୩ଟି ଇଞ୍ଜିନିୟରିଂ କଲେଜରେ ୩୧,୧୭୪ ସିଟ୍ ରହିଛି । ସେଥିମଧ୍ୟରେ ଚଳିତ ଶିକ୍ଷା ବର୍ଷରେ ୧୯,୪୨୯ଟି ସିଟ୍ ଖାଲି ପଡିଛି ।

ଏହାବ୍ୟତିତ ସିଟ୍ ଖାଲି ତଥା ଛାତ୍ରଛାତ୍ରୀ ନହେବାରୁ ୩ଟି ଇଞ୍ଜିନିୟରିଂ କଲେଜର ଅଧିକାରୀମାନେ ନିଜ ସଂସ୍ଥାନକୁ ବନ୍ଦ କରିବା ପାଇଁ ଆବେଦନ ମଧ୍ୟ କରିଥିଲେ ।

ତେବେ ରୁଗୁଣ ଅବସ୍ଥାରେ ଥିବା ଇଞ୍ଜିନିୟରିଂ କଲେଜ ଗୁଡିକୁ ସରକାରୀ ସହାୟତା ପ୍ରଦାନ କରିବା ଲାଗି କୌଣସି ବ୍ୟବସ୍ଥା ନଥିବା ପ୍ରକାଶ କରିଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.