Latest Odisha News

BREAKING NEWS

ଗଂଜାମରେ ‘ଅର୍ଣ୍ଣବ’ କ୍ଷୟକ୍ଷତି, ଗ୍ରାଉଣ୍ଡ ଜିରୋରେ ବିଜେଡି ପ୍ରତିନିଧି ଦଳ

ଗଂଜାମ: ବାତ୍ୟା ଅର୍ଣ୍ଣବର ତାଣ୍ଡବ ପରେ ଦାଉ ସାଧୁଛି ବନ୍ୟାପାଣି । ଗଂଜାମର ବିଭିନ୍ନ ସ୍ଥାନରେ ଏବେବି ଜଳବନ୍ଦୀ ସ୍ଥିତି । ଚାଷ ସମ୍ପୂଣ୍ଣ ର୍ ଉଜୁଡି ଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶମାର୍ଗରୁ କ୍ଷୟକ୍ଷତିର ସମୀକ୍ଷା କରିବା ପରେ ବନ୍ୟା ପ୍ରପିଡିତ ଅଂଚଳକୁ ଦୁଇ ଦିନିଆ ଗସ୍ତ କରିଛନ୍ତି ବିଜେଡିର ପ୍ରତିନିଧି ଦଳ । ଏଥରର ବାତ୍ୟା ପରେ ବନ୍ୟା ଯୋଗୁ ଚାଷ ବେଶ କ୍ଷତିଗ୍ରସ୍ତ ହୋଇଥିବା ବିଜେଡି ଅଭିଯୋଗ କରିଛି । ଗଂଜାମ ଚିକିଟି ଓ ପାତ୍ରପୁରରେ ଗ୍ରାଉଣ୍ଡଜିରୋରେ ବନ୍ୟା ପରର ସ୍ଥିତି ଅନୁଧ୍ୟାନ କରିଛି ବିଜେଡି ଟିମ୍‌ା ଘରେ ପାଣି ପଶି ହଇରାଣ ହରକତ ହେଉଛନ୍ତି ଲୋକ । ପାଣି ଘେରରେ ଥିବା ଲୋକଙ୍କ ପାଖରେ ନା ଖାଦ୍ୟ ନା ପାଣି ରିଲିଫ୍ ପହଂଚିନଥିବା କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକପ୍ରମିଳା ମଲ୍ଲିକ । ଚାଷୀ ଚାଷ ହରାଇ ହତାଶ ଆଉ ବିପନ୍ନ ଖାଦ୍ୟ ପାନୀୟ ନପାଇ ଭୋକ ଉପାସରେ ଥିବା ସେ କହିଛନ୍ତି ।

ସରକାର ସମସ୍ତଙ୍କୁ ସବୁ ଯୋଗାଇଦିଆ ଯାଇଥିବା ଅପପ୍ରଚାର କରୁଥିବା ଅଭିଯେଗା କରିଛନ୍ତି । ବାସ୍ତବରେ ଲୋକ ସବୁ ବ୍ୟବସ୍ଥାରୁ ବଂଚିତ ବୋଲି କହିଛି ବିଜେଡି । ଆଜି ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା ପରେ ସରକାରଙ୍କ ସହ ଚାଷୀଙ୍କ କ୍ଷତିପୂରଣ ନେଇ ଆଲୋଚନା କରିବୁ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ । ଗତକାଲି ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ପ୍ରତାପ ଜେନା, ଟୁକୁନି ସାହୁ, ବିକ୍ରମ ପଣ୍ଡା, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଚନ୍ଦ୍ର ଶେଖର ସାହୁ, ଭୃଗୁ ବକ୍ସି ପାତ୍ର , ଚିନ୍ମୟ ସାହୁ , ରଂଜିତା ସାହୁ ଓ ସଂଘମିତ୍ରା ଦଳେଇ ଗଂଜାମ ଗସ୍ତରେ ଅଛନ୍ତି ।

Leave A Reply

Your email address will not be published.