Latest Odisha News

BREAKING NEWS

ମିସନ ଅଲିଭ ରିଡଲେ; ୭ ମାସ ପାଇଁ ମାଛ ଧରିବା ଉପରେ କଟକଣା

ପାରାଦୀପ: ନଭେମ୍ବର ୧ ତାରିଖରୁ ଓଡ଼ିଶା ଉପକୂଳରେ ‘ଅଲିଭ୍ ରିଡ୍‌ଲେ’ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ପାଇଁ ମାଛ ଧରିବା ଉପରେ କଟକଣା ଲାଗୁ ହେଉଛି।

ସୂଚନା ଅନୁଯାୟୀ, ରାଜ୍ୟ ସରକାର ନଭେମ୍ବର ୧ ରୁ ମେ’ ୩୧ ପର୍ଯ୍ୟନ୍ତ ଉପକୂଳଠାରୁ ୨୦ କିଲୋମିଟର ମଧ୍ୟରେ ଯାନ୍ତ୍ରିକ ମତ୍ସ୍ୟଜୀବୀ ଡଙ୍ଗା ଏବଂ ଟ୍ରଲରଗୁଡ଼ିକ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି।

ଦେବୀ, ଧାମରା, ଋଷିକୁଲ୍ୟା ଏବଂ ବରୁଣେଇ ନଦୀ ମୁହାଣ ଭଳି ଗୁରୁତ୍ୱପୂର୍ଣ୍ଣ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ଏହି କଟକଣା ଅଧୀନରେ ରହିଛି। ଅଲିଭ୍ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ଏହି କଟକଣା ଲାଗୁ କରାଯାଇଛି। କାରଣ ଏମାନେ ପ୍ରଜନନ ଏବଂ ଅଣ୍ଡା ଦେବା ପାଇଁ ଲକ୍ଷ ଲକ୍ଷ ସଂଖ୍ୟାରେ ଓଡ଼ିଶା ଉପକୂଳକୁ ଆସିଥାନ୍ତି।

ଏହି କଟକଣାର ଉଲ୍ଲଂଘନକୁ ରୋକିବା ପାଇଁ ଅଲିଭ୍ ରିଡ୍‌ଲେ ସଂରକ୍ଷଣ ଅଭିଯାନ ସମୟରେ ବନ ବିଭାଗ, କୋଷ୍ଟ ଗାର୍ଡ ଏବଂ ସାମୁଦ୍ରିକ ପୋଲିସ ପକ୍ଷରୁ ନଜର ରଖାଯିବ।

ତେବେ ଏହି ସମୟରେ ଗହୀରମଥା ଠାରେ ଲକ୍ଷ ଲକ୍ଷ ଅଲିଭ୍ ରିଡ୍‌ଲେ କଇଁଛ ସାମୂହିକ ଭାବେ ଅଣ୍ଡା ଦେବା ପାଇଁ ପହଞ୍ଚିଥାନ୍ତି। ଏହି ବିପନ୍ନ ସାମୁଦ୍ରିକ ଜୀବମାନଙ୍କ ସୁରକ୍ଷା ତଥା ସେମାନଙ୍କର ନିରାପଦ ପ୍ରଜନନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଇଛି।

Leave A Reply

Your email address will not be published.