ସିଲଙ୍ଗ: ମେଘାଳୟ ରାଜଧାନୀ ସିଲଙ୍ଗରେ ରାଜନୈତିକ ହଟଚମଟ । ୟୁନାଇଟେଡ୍ ଡେମୋକ୍ରାଟିକ୍ ପାଟି ର୍ର ସଭାପତି ତଥା ବିଦ୍ୟୁତ୍ ଓ ଜଳସମ୍ପଦ ମନ୍ତ୍ରୀ ମେଟବାହ ଲିଙ୍ଗଡୋ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି । ନିକଟରେ ଦଳର ୧୨ଜଣ ବିଧାୟକଙ୍କ ମଧ୍ୟରୁ ୧୧ଜଣ ଦଳ ଛାଡି ଚାଲିଯିବା ପରେ ସେ ଦଳରୁ ଇସ୍ତଫା ଦେଇଥିବା ସୂଚନା ମିଲିଛି । ଏବେ ରାଜନୈତିକ ପରିସ୍ଥିତି ଏବଂ ୟୁଡିପି ଭିତରେ ଘଟିଥିବା ରାଜନୈତିକ ଅଦଳବଦଳକୁ ଦୃଷ୍ଟିରେ ରଖି ସେ ମୁଖ୍ୟମନ୍ତ୍ରୀ କନରାଡ କେ. ସାଙ୍ଗମାଙ୍କ ନିକଟରେ ନିଜର ଇସ୍ତଫା ପତ୍ର ଦାଖଲ କରିଛନ୍ତି । ବିଧାନସଭାରେ ସେ ଏବେ ଦଳର ଏକମାତ୍ର ବିଧାୟକ ଭାବେ ରହିଛନ୍ତି । ବହୁ ବିଚାର କରିବା ପରେ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ମେଟବାହ । ଏପରି ପରିସ୍ଥିତିରେ ସେ ଏମଡିଏ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ କାମ କରିପାରିବେ ନାହିଁ ବୋଲି ଅନୁଭବ କରିବା ପରେ ପଦ ଛାଡିଥିବା କହିଛନ୍ତି । ତାଙ୍କ ଇସ୍ତଫା ତୁରନ୍ତ ଲାଗୁ ହେବ ବୋଲି ସ୍ପଷ୍ଟ କରି ସେ କହିଛନ୍ତି, ଦଳ ଭିତରେ ଘଟିଥିବା ଘଟଣାବଳୀକୁ ଆଧାର କରି ଏହି ନିଷ୍ପତ୍ତି ନେଇଛନ୍ତି ମେଟବାହ ଲିଙ୍ଗଡୋ ।
ଆଗାମି ପଦକ୍ଷେପ କଣ ହେବ, ତାହା ୟୁଡିପିର କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ଏବଂ ଦଳର ପଦାଧିକାରୀମାନେ ସ୍ଥିର କରିବେ । ଦଳର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିବା ପାଇଁ ମଙ୍ଗଳବାର କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟିର ବୈଠକ ବସିପାରେ ବୋଲି ସେ କହିଛନ୍ତି । ଏହାସହ ସମ୍ପୃକ୍ତ ପକ୍ଷଙ୍କ ସହ ପରାମର୍ଶ କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ତାଙ୍କ ଉପରେ ଇସ୍ତଫା ଦେବା ପାଇଁ ଚାପ ପକାଯାଇଥିବା ନେଇ ଉଠିଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଲିଙ୍ଗଡୋ । କୌଣସି ଚାପର ବଶବତ୍ତୀ ର୍ ହୋଇନଥିବା କହିଛନ୍ତି ଲିଙ୍ଗଡୋ ।
