ଜଳନ୍ଧର: ପଂଜାବ ଜଳନ୍ଧରରେ ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛିା ଦୁଘ ର୍ଟଣାରେ ବଲିଉଡ ସିଙ୍ଗର ତଥା ରାପର୍ ୟୋ ୟୋ ହନି ସିଂହଙ୍କ ଭଣଜାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ହେଉଛନ୍ତି ବିଦିତ୍ ଓଲକ୍ । ତାଙ୍କ ସହ ତାଙ୍କ ବନ୍ଧୁ ଆରବ ତଲୱରଙ୍କର ମଧ୍ୟ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ରବିବାର ଭୋରରୁ ବିଦିତ୍ ଓ ତାଙ୍କ ବନ୍ଧୁ ଆରବ୍ଙ୍କ ସହ ୫ଜଣବନ୍ଧୁ ସାଙ୍ଗର ଜନ୍ମଦିନ ଉତ୍ସବରୁ ବିଏମସି ଛକରୁ ବିଏସଏଫ ଛକ ଆଡକୁ ଫେରୁଥଲେ । ପୋଲିସ ଲାଇନ୍ସ ଏରିଆ ନିକଟ ଓଭରବ୍ରିଜ୍ ଉପରେ ସଫେଇ କାମ ପାଇଁ ଠିଆ ହୋଇଥିବା ପୌରପାଳିକାର ଏକ ଟ୍ରାକ୍ଟର-ଟ୍ରଲି ସହ କାରଟି ଧକ୍କା ହେବା ଫଳରେ ଉଭୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଲିଛି । ବରାଦରି ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଥିଲା । ପରିବାର ପକ୍ଷରୁ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଅନୁରୋଧ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି ତ୍ସେପଟେ ଅନ୍ୟ ୩ଜଣ ସୁରକ୍ଷିତ ଥିବା ବେଳେ ସେମାନେ ଘରେ ପହଂଚିଥିବା ସୂଚନା ମିଲିଛି ।
ସୂଚନା ଅନୁସାରେ ବିଦିତ୍ ଓଲକ୍ ହେଉଛନ୍ତି ପଂଜାବୀ ମ୍ୟୁଜିକ୍ ଜଗତର ପ୍ରସିଦ୍ଧ ସଂସ୍ଥା ସ୍ପିଡ ରେକର୍ଡସ୍ ର ମାଲିକ ଦିନେଶଙ୍କ ପୁଅ ତଥା ହନି ସିଂହଙ୍କ ଭଣଜା । ସେହିପରି ଅନ୍ୟଜଣେ ମୃତକ ବିଦିତ୍ଙ୍କ ବାଲ୍ୟବନ୍ଧୁ ଆରବ ହେଉଛନ୍ତି ଜଳନ୍ଧରର ଜଣାଶୁଣା ବ୍ୟବସାୟୀକ ପ୍ରତିଷ୍ଠାନ ପିପି ସ୍ୱିଟ୍ସ ମାଲିକଙ୍କ ପୁଅ । ଉଭୟଙ୍କ ବିୟୋଗ ପରିବାରରେ ଶୋକର ଛାୟା ଖେଳାଇଦେଇଛି । ସୋସିଆଲ ମିଡିଆରେ ମାମୁ ତଥା ରାପ୍ର ହନି ସିଂ ଏହି ଖବର ପୋଷ୍ଟ କରି ଦୁଃଖ ବ୍ୟକ୍ତ କରିଛନ୍ତି ।

