ନୂଆଦିଲ୍ଲୀ: ସୁନାମୀ ପରି ମାଡି ଚାଲିଛି ଭୟଙ୍କର ଭୂତାଣୁ କରୋନା । ଏହି ଭାଇରସର ଭୟାବହତା ଏବେ ବଢ଼ିବାରେ ଲାଗିଛି । ଏହାକୁ ନେଇ ସର୍ତକ ହୋଇପଡ଼ିଛି ଭାରତ । ଭାରତ ସରକାର ଚୀନ୍ ଜିନିଷ ଆମଦାନୀ କରିବାରେ ପ୍ରତିବନ୍ଧକ ଲଗାଇଛନ୍ତି । ଯାହାର ସିଧାସଳଖ ପ୍ରଭାବ ରାଜଧାନୀ ଦିଲ୍ଲୀର ସଦର ବଜାରରେ ଥିବା ଖେଳନା ମାର୍କେଟ ଉପରେ ପଡ଼ିଛି । ଏହି ମାର୍କେଟରେ ଚାଇନା ଖେଳନା ଜିନିଷ ହୋଲସେଲ ଦାମରେ ମିଳିଥାଏ । ହେଲେ ଏବେ ଚୀନରୁ ଆଉ ଆସୁନି ଖେଳନା । ବଜାରରେ ଚୀନ ଖେଳନାକୁ ବ୍ୟାନ୍ କରାଯାଇଛି । ଫଳର ଖେଳନା ବଜାର ପୁରା ଖାଲି ପଡିଛି । ବ୍ୟବସାୟୀଙ୍କ ସୁଚନା ଅନୁସାରେ ଦୁଇ ଦେଶ ଭିତରେ ଥିବା ବ୍ୟବସାୟୀକ କଟକଣାକୁ ନେଇ ପ୍ରାୟ ୪୦ ପ୍ରତିଶତ ନୂଆ ଜିନିଷ ବଜାରକୁ ଆସିପାରୁ ନାହିଁ । ଫଳରେ ଜିନିଷ ଅଭାବ ଦେଖାଦେବା ସହ ବେପାର ମଧ୍ୟ ମାନ୍ଦା ପଡିଛିି ।
BREAKING NEWS
- ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର, ୧୦ ତାରିଖରେ ପଡିବ ଭୋଟ
- ବିଦ୍ୟୁତ୍ ଆଘାତରେ ବାପାପୁଅ ମୃତ
- ଆଜି ନିଟ୍-ୟୁଜି ପରୀକ୍ଷା: ଦେଶର ୫୫୭ଟି ସହରରେ ପରୀକ୍ଷା କେନ୍ଦ୍ର
- କବିତା ନିରଂତର : ଏକଦା ପଠିତ, ଏବେ ଅପଠିତ
- ଆଇଏଏଫ୍ର କନଭଏ ଉପରକୁ ଆତଙ୍କୀ ହମଲା
- ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧)
- ତାତିରୁ ମିଳିପାରେ ଆଶ୍ବସ୍ତି: ୩ ରୁ ୫ ଡିଗ୍ରୀ କମି ପାରେ ଦିନ ତାପମାତ୍ରା
- ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଜୟ ନାରାୟଣ ପଟ୍ଟନାୟକ ହେଲେ କଂଗ୍ରେସର ପୁରୀ ସାଂସଦ ପ୍ରାର୍ଥୀ
- ମିଶ୍ରଣ ପର୍ବ: ବିଜେଡିରେ ମିଶିଲେ ପୂର୍ବତନ ବିଶ୍ଵ ହିନ୍ଦୁ ପରିଷଦ ସଭାପତିଙ୍କ ସହ ବିଭିନ୍ନ ଦଳର ବହୁ ନେତା