ଆମେରିକା: ଗୋଟିଏ ଦିନରେ ଗୋଟେ ମଣିଷ କୋତୋଟି ଫିଲ୍ମ ଦେଖିପାରିବ । ଗୋଟିଏ କିମ୍ବା ଦୁଇଟି । ହେଲେ ବିଶ୍ୱରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଲମ୍ବା ମୁଭି ମାରାଥନ ପାଇଁ ଏବେ ଚର୍ଚ୍ଚାରେ । ଦିନରେ ୩ଟି ଫିଲ୍ମ ଦେଖି ବର୍ଷକରେ ଦେଖିଲେଣି ୧୨୦୭ଟି ଫିଲ୍ମ । ସକାଳରୁ ମଧ୍ୟରାତ୍ରୀ, ମୁଭି ହଲରେ କାଟୁଥିଲେ । ବର୍ଷକରେ ଦେଖିଲେଣି ୧୨ଶହ୭ଟି ଫିଲ୍ମ । ଦିନକରେ ସର୍ବାଧିକ ୩ଟି ଫିଲ୍ମ ଦେଖି ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଲେ ଆମେରିକାର ଗ୍ଲେନଉଡ ହୋସ୍କିନ୍ । ଏହା ତାଙ୍କ ବଷ ର୍ ଯାକରେ ପ୍ରତିଦିନର ଜୀବନଶୈଳୀ ବୋଲି ସେ କହିଛନ୍ତି । ପେନସିଲୱାନିଆର ଏହି ୬୦ ବର୍ଷୀୟ ବ୍ୟକ୍ତିଙ୍କ ଫିଲ୍ମ ମାନିଆ ଦେଖି ଯୁବକଟିଏ ବି ହାରିଯିବ । ହେଲେ ସେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ନିଜ ନାଁ ପକ୍କା କରିଛନ୍ତି । ହସ୍କିନ ସ୍ଥାନୀୟ ସିନେମା ହଲରେ ଏପ୍ରିଲ ୨୦୨୪ରୁ ସିନେମା ଦେଖିବା ଆରମ୍ଭ କଲେ । ଏପ୍ରିଲ ୨୦୨୫ ବେଳକୁ ୧୨୦୭ଟି ଫିଲ୍ମ ଦେଖିସାରିଥିଲେ । ପୂର୍ବରୁ ୨୦୨୩ରେ ଆମେରିକାର ଜାଚାରିଆ ସ୍ୱପ୍ ୭୭୭ଟି ଫିଲ୍ମ ଦେଖି ରେକର୍ଡ କରିଥିଲେ । ତାଙ୍କ ରେକର୍ଡ ବ୍ରେକ୍ କରିଦେଇଛନ୍ତି ହୋସ୍କିନ୍ । ସିନେମା ପ୍ରତି ଭଲପାଇବା ତାଙ୍କୁ ଏହି ସଫଳତା ଦେଇଛି । ସିନେମା ଦେଖିବା ସୂଚୀକୁ ଦେଖି ସେ ସେ ତାଙ୍କର ଦିନଯାକର ପ୍ଲାନ୍ ବନାନ୍ତି । କିଛି କିଛି ଦିନରେ ଭୋରରୁ ସିନେମା ହଲରେ ପ୍ରବେଶ କଲେ ମଧ୍ୟରାତ୍ରୀରେ ବହାରନ୍ତି । ଲକ୍ଷ୍ୟ ହାସଲ ପାଇଁ ସବୁ ଚାଲେଂଜ ଗ୍ରହଣ କରିଛି ବୋଲି କହିଛନ୍ତି ସେ ।
ଗିନିଜ୍ ୱାର୍ଲଡ ରେକର୍ଡ ୱେବସାଇଟ୍ ଦେଖିବା ବେଳେ ସେ ଏହି ରେକର୍ଡ ବିଷୟରେ ଜାଣିବାକୁ ପାଇଥିଲେ । ତାପରେ ସେ ଲଗାତର ଫିଲ୍ମ ଦେଖିବା ଆରମ୍ଭ କଲେ । ସ୍ଥାନୀୟ ଥିଏଟର ତରଫରୁ ମଧ୍ୟ ତାଙ୍କୁ ସହାୟତା ଏବଂ ପ୍ରୋତ୍ସାହିତ କରାଗଲା । ପ୍ରତିଦିନ କେତେବେଳେ ଫିଲ୍ମ, କେଉଁ ଟାଇମରେ ରହିବ ସେନେଇ ଅଧିକ ସମୟ ଦେଉଥିଲେ । ଶୀତ ଦିନ ପୂର୍ବରୁ ରେକର୍ଡ ବ୍ରେକ୍ କରିବାର ଯୋଜନାରେ ଥିଲେ ହସ୍କିନ୍ । ହେଲେ ତାହା ହେଲାନାହିଁ । ତାଙ୍କୁ କାର୍ଟୁନ ଓ କମେଡି ଫିଲ୍ମ ଦେଖିବାକୁ ଭାରି ପସନ୍ଦ । ଆନିମେଟେଡ୍ ଫିଲ୍ମକୁ ଖୁବ୍ ପସନ୍ଦର ସହ ଦେଖନ୍ତି । ୨୦୨୪ର ୱାଇଲଡ ରୋବେଟ, ଡେଡପୁଲ ଫିଲ୍ମକୁ ଖୁବ୍ ଏନଜୟ କରିଥିଲେ ସେ । ଘର ଅପେକ୍ଷା ଥିଏଟରରେ ଫିଲ୍ମ ଦେଖିବାକୁ ବେଶି ପ୍ରାଧାନ୍ୟ ଦେଉଥିଲେ ସେ । ପ୍ରତିଦିନ ଏତେ ଫିଲ୍ମ ଦେଖିଲେ ଟଙ୍କା ତ ଖର୍ଚ୍ଚ ହେବ । ହେଲେ ହସ୍କିନ ଏହାକୁ ମ୍ୟାନେଜ୍ କରିନେଇଥିଲେ । ସେ ସିନେମା ହଲର ସଦସ୍ୟତା ନେଇଥିଲେ । ମାସକୁ ୨୮ ଡଲାର ଖର୍ଚ୍ଚ ହେଉଥିଲା । ଘରେ ଖାଦ୍ୟ ପ୍ରସ୍ତୁତ କରି ଭୋକ ଲାଗିଲାବେଳେ ଫିଲ୍ମ ହଲରେ ବସି ଖାଇନେଉଥିଲେ । ଫିଲ୍ମ ଦେଖି ଏମିତି ରେକଡ ର୍ କରିବାର ଝୁଙ୍କ ତାଙ୍କୁ ଏହି ସଫଳତା ଦେଇଛି ।
