ବ୍ୟୁରୋ: ସମୁଦ୍ରର ବିଶାଳ ଢେଉ ମଧ୍ୟରେ ପ୍ରାୟ ପ୍ରତିଦିନି କିଛି ନା କିଛି ଜାହଜଜନିତ ଦୁର୍ଘଟଣା ଘଟେ । କେବେ କାର୍ଗୋ ଜାହାଜରେ ଲୁଟ୍ ତ କେବେ ଜାହାଜ ବୁଡିଯିବାର ଖବର ବନିଯାଏ ଇତିହାସ । କିନ୍ତୁ ୧୯୯୨ର ଏକ ଘଟଣା ୩ଦଶନ୍ଧି ପରେ ବି ମନକୁ ଆନ୍ଦୋଳିତ କରେ । ୧୦ ଜାନୁଆରୀ ୧୯୯୨ରେ ଉତ୍ତର ପ୍ରଶାନ୍ତ ମହାସାଗରେ ଏକ ଝଡ ସୃଷ୍ଟି ହୋଇଥିଲା । ଏହି ସମୟରେ ‘ଏଭର ଲରେନ୍ସ’ ନାମକ ବାଲବାହୀ ଜାହଜରେ ଥିବା ୧୨ଟି କଂଟେନର ସମୁଦ୍ରକୁ ଖସିପଡିଥିଲା । ସେଥିମଧ୍ୟରୁ ଗୋଟିଏରେ ରହିଥିଲା ପ୍ଲାଷ୍ଟିକ ଖେଳଣା । ଯେମିତିକି ହଳଦିଆ ବତକ, ନୀଳ କଇଁଛ ବେଙ୍ଗ ଇତ୍ୟାଦି । କଂଟେନର ଖୋଲି ପୁରା ସମୁଦ୍ରରେ ବିଛେଇ ହୋଇଗଲା ଖେଳଣା ଗୁଡିକ ।
ଆମେରିକାର ଏକ କମ୍ପାନୀ ପାଇଁ ପ୍ରଥମ ଥର ଚାଇନାରେ ତିଆରି ହୋଇ ରପ୍ତାନୀ କରାଯାଉଥିଲା । ଖେଳଣା ଗୁଡକରେ ଛିଦ୍ର ନଥିବାରୁ ଜଳସ୍ରୋତରେ ଭାସି ଭାସି ସ୍ଥଳଭାଗରେ ପହଂଚିଥିଲେ ଭାସମାନ ପ୍ଲାଷ୍ଟିକ ବତକ, ବେଙ୍ଗ ଆଉ କଇଁଛ । ଜାହାଜଟି ହଙ୍ଗକଙ୍ଗରୁ ୱାସିଂଟନର ଟାକୋମାକୁ ଯାତ୍ରା କରୁଥିଲା । ସମୁଦ୍ରରେ ଝଡ ଯୋଗୁ ଏହି ଅଘଟଣ ଘଟିଥିଲା । ଖେଳଣାଗୁଡିକ ଭାସି ଭାସି ପ୍ରଥମେ ସିଟକା ସହରର ଆଲାସ୍କା ନିକଟରେ ଲାଗିଥିଲା । ଯେଉଁଠାରେ କଂଟେନର ବୁୂଡିଥିଲା ସେଠାରୁ ପ୍ରାୟ ୨ହଜାର ମାଇଲ ଦୂରରେ ଲାଗିଥିଲା ଖେଳଣା ଗୁଡିକ ।
ଏକ ମଜାଦାର ଦୁର୍ଘଟଣା ବୈଜ୍ଞାନିକଙ୍କ ଅନୁସନ୍ଧନର କେନ୍ଦ୍ରବିନ୍ଦୁ
୨ ସମୁଦ୍ର ବିଜ୍ଞାନୀ କର୍ଟିସ ସ୍ମେୟର ଏବଂ ଜେମ୍ସ ଇନଗ୍ରାହାମ ସମୁଦ୍ର ସ୍ରୋତ ଖେଳଣା ଗୁଡିକୁ କିପରି ଆଚରଣ କରେ ତାହା ଅଧ୍ୟୟନ କରିବାର ସୁଯୋଗ ଭାବେ ଦେଖିଥିଲେ । ସାମୁଦ୍ରିକ ସ୍ରୋତ ଯୋଗୁ ସେମାନଙ୍କୁ ଟ୍ରାକ୍ କରିବା ସହଜ ନଥିଲା । ତେଣୁ ଗୋଟିଏ ସାଧାରଣ ପଦ୍ଧତି ଥିଲା ହଜାରେ ଯାଏ ବାତ୍ତା ର୍ ଧାରଣ କରିଥିବା ବୋତଲ ଛାଡିବା ଏବଂ ଆଶା କରିବା ଯେ କିଛି ଶେଷରେ ପୁନରୁଦ୍ଧାର ହେବ । ସାଧାରଣତଃ ଏହି ପଦ୍ଧତିରେ ସଫଳତାର କେବଳ ୨ପ୍ରତିଶତ ଥିଲା । ପୂର୍ବରୁ ବୈଜ୍ଞାନିକ ମାନେ ସମୁଦ୍ରରେ ଟ୍ରାକିଂ ଡିଭାଇସ ଛାଡିଥିଲେ । କିନ୍ତୁ ଏଥର ହଜାର ହଜାର ଭାସମାନ ଖେଳଣା ଗୋଟେ ସମୟରେ ଗୋଟିଏ ସ୍ଥାନରେ ପାଣିରେ ଥିଲେ । ତେଣୁ କେଉଁଠି ଓ କେତେବେଳେ ଖେଳଣା ଦେଖାଯାଉଛନ୍ତି ସେନେଇ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରାଗଲା । ଏମିତିକି ସମୁଦ୍ରରେ ଯେଉଁଠି ରବର ବତକ ଦେଖୁଥିବା ଲୋକ କହୁଥିଲେ ସେମାନଙ୍କୁ ଶହେ ଡଲାର ପ୍ରଦାନ କରୁଥିଲେ । ସମୁଦ୍ରରେ ଥିବା ବରଫ ଖଣ୍ଡରେ ବତକ ଫସିଥିବା ଜାଣିବାକୁ ପାଇଥିଲେ । ବରଫ ଖଣ୍ଡରେ ଲାଗିଥିବାରୁ ବତକ ଆଉ ଭାସିନପାରି ଧିରେ ଧିରେ ଗତି କରୁଥିବାର ଜାଣିବାକୁ ପାଇଥିଲେ । ପରେ ପରେ ହୱାଇ, ୟୁଏସର ଆଂଟଲାଟିକ୍ ଓସେନ୍, ୟୁକେ, ଆୟରଲ୍ୟାଣ୍ଡ ଓ କାନାଡାରେ ପ୍ଲାଷ୍ଟିକ ବତକଙ୍କୁ ଦେଖିବାକୁ ମିଲିଥିଲା ।
୧୯୯୩ରୁ ବାପା-ପୁଅ ଦଶନ୍ଧିଦଶନ୍ଧି ଧରି ବତକଙ୍କ ଗତିବିଧି ଉପରେ ନଜର ରଖିଥିଲେ । ଏମିତିକି ଯେଉଁସ୍ଥାନରେ କଂଟେନର ଓଲଟିଥିଲା ୭୦ଟି ନକଲି ଖେଳଣା ସେହି ସ୍ଥାନରେ ଛଡାଗଲା । ୨୦୦୩ରେ ସେମାନେ ପ୍ରକୃତ ଖେଳଣା ଗୁଡିକୁ ଟ୍ରାକ୍ କରିପାରିଲେ । ୧୯୯୩ରୁ ୨୦୦୪ ମଧ୍ୟରେ ୧୧ଟି ୨୦୦୪ରୁ ୨୦୦୫ ମଧ୍ୟରେ ମୋଟ୍ ୧୨୪ ଖେଳଣା ବତକ ପାଇପାରିଥିଲେ । ଉଦ୍ଧାର ଖେଳଣାରେ ୩୫ ପ୍ରତିଶତ ବତକ, ୨୬ ପ୍ରତିଶତ ବେଭର, ୨୧ପ୍ରତିଶତ ବେଙ୍ଗ ଓ ୧୮ ପ୍ରତିଶତ କଇଁଛ ରହିଛନ୍ତି । ୨୮ହଜାର ୮ଶହ ଖେଳଣାରୁ ସୌର ବିକିରଣ ଏବଂ ତରଙ୍ଗ କ୍ରିୟା ଯୋଗୁ ମାଇକ୍ରୋପ୍ଲାଷ୍ଟିକରେ ହ୍ରାସ ପାଇଛି କିମ୍ବା ଭାଙ୍ଗିଯାଇଛି । କେତେକ ଏବେ ବି ବେଳେବେଳେ ବେଳାଭୂମିରେ ଆସି ଲାଗିଗଲେ ତାକୁ ସଂଗ୍ରହ କରି ଅନଲାଇନରେ ହଜାରେ ଟଙ୍କାରେ ବିକ୍ରି କରିଦେଉଥିବା ନଜିର ରହିଛି । ପୃଥିବୀର ସମସ୍ତ ମହାସାଗରର ପରସ୍ପର ସହ ସଂଯୋଗ ଏହାକୁ ପ୍ରମାଣ କରିବାକୁ ଏପରି ଅଧ୍ୟୟନ କରାଯାଇଥିବା ସୂଚନା ମିଲିଛି ।
