Latest Odisha News

BREAKING NEWS

ଭାରତ-ପାକିସ୍ତାନ ମ୍ୟାଚ : ୱାନଡେ ୱାର୍ଲ୍ଡ କପ୍ ପାଇଁ ସିଟ୍ ୩୪ ହଜାର, ଆବେଦନ ୮୪ ଲକ୍ଷ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆରେ ଆୟୋଜିତ ହେବାକୁ ଥିବା ୱାନଡେ ୱାର୍ଲ୍ଡ କପ୍ ୨୦୨୭ ରେ ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଅକ୍ଟୋବର ୧୦ରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ଜୋହାନ୍ସବର୍ଗ ଷ୍ଟାଡିୟମ୍‌ରେ ଖେଳାଯିବ, ଯାହାର ଦର୍ଶକ କ୍ଷମତା ମାତ୍ର ୩୪,୦୦୦ । ଏହି ମ୍ୟାଚ୍ ପାଇଁ ୮୪ ଲକ୍ଷରୁ ଅଧିକ (୮୩,୯୭,୨୯୪) ରେଜିଷ୍ଟ୍ରେସନ ହୋଇସାରିଛି । ଅର୍ଥାତ୍ ଉପଲବ୍ଧ ସିଟ୍ ତୁଳନାରେ ପ୍ରାୟ ୨୪୭ ଗୁଣା ଅଧିକ ଆବେଦନ ଆସିଛି ।  ନଭେମ୍ବର ୨୧ରେ ହେବାକୁ ଥିବା ୱାର୍ଲ୍ଡ କପ୍ ଫାଇନାଲ୍ ମ୍ୟାଚ୍ (୭୯ ଲକ୍ଷ ଆବେଦନ) ତୁଳନାରେ ଭାରତ-ପାକିସ୍ତାନ ମ୍ୟାଚ୍‌ର ଟିକେଟ୍ ଚାହିଦା ସବୁଠାରୁ ଅଧିକ ରହିଛି । ଟିକେଟ୍ ପାଇଁ ଆବେଦନ ପ୍ରକ୍ରିୟା ୨୧ ନଭେମ୍ବର ୨୦୨୬ ପର‌୍ୟ୍ୟନ୍ତ ଚାଲିବ ।

ଅତ୍ୟଧିକ ଚାହିଦା ଯୋଗୁଁ ଟିକେଟ ପ୍ରଥମେ ଆସିଲେ ପ୍ରଥମେ ପାଇବେ ନିୟମରେ ମିଳିବ ନାହିଁ । କମ୍ପ୍ୟୁଟରାଇଜ୍‌ଡ ଲଟେରୀ (ପବ୍ଲିକ୍ ବ୍ୟାଲଟ୍) ଜରିଆରେ ବିଜେତାଙ୍କୁ ଟିକେଟ୍ କିଣିବାର ସୁଯୋଗ ମିଳିବ ।  ବର୍ତ୍ତମାନ ସୁଦ୍ଧା ୧୯୩ଟି ଦେଶରୁ ୧୨ କୋଟିରୁ ଅଧିକ ଟିକେଟ୍ ଆବେଦନ ମିଳିସାରିଛି ।  କେବଳ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ୪୧ଟି ମ୍ୟାଚ୍ ପାଇଁ ୧୦.୫ କୋଟିରୁ ଅଧିକ ଆବେଦନ ଆସିଛି ।  ୨୪ ବର୍ଷ ପରେ (୨୦୦୩ ପରେ) ୱାର୍ଲ୍ଡ କପ୍ ଆଫ୍ରିକା ମାଟିକୁ ଫେରୁଛି । ସାଉଥ୍ ଆଫ୍ରିକା, ଜିମ୍ବାୱେ ଓ ନାମିବିଆ ମିଳିତ ଭାବେ ଏହାର ଆୟୋଜନ କରୁଛନ୍ତି । ୧୪ଟି ଟିମ୍ ମଧ୍ୟରେ ୧୨ଟି ଭେନ୍ୟୁରେ ମୋଟ ୫୭ଟି ମ୍ୟାଚ୍ ଖେଳାଯିବ । ନାମିବିଆ ପ୍ରଥମ ଥର ପାଇଁ ପୁରୁଷ ସିନିୟର ୱାର୍ଲ୍ଡ କପ୍ ମ୍ୟାଚ୍ ଆୟୋଜନ କରୁଛି ।

Leave A Reply

Your email address will not be published.