ମୁମ୍ବାଇ: ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଓ ଅଭିନେତା ରଣବୀର ସିଂହଙ୍କ ପରେ ଏବେ ତୁଷାର କପୁର । ସୁପରଷ୍ଟାର ଜିତେନ୍ଦ୍ରଙ୍କ ସୁପୁତ୍ର ତୁଷାର କପୁରଙ୍କୁ ମିଳିଛି ଧମକ୍ପୂର୍ଣ୍ଣ ଅଡିଓ । ଗ୍ୟାଙ୍ଗଷ୍ଟର ହରି ବକ୍ସର ନାମରେ ତୁଷାର କପୁରଙ୍କୁ ୫କୋଟି ଟଙ୍କା ଦାବି କରି ଧମକ୍ ଦିଆଯାଇଥିବା ନିକଟସ୍ଥ ଥାନାରେ ଜଣାଇଛନ୍ତି ଅଭିନେତା ତୁଷାର କପୁର । ନିକଟରେ ଜୁହୁ ଅଂଚଳରେ ଟାଇଗର ଶ୍ରଫ୍ଙ୍କ ଉପରକକୁ ଗୁଳି ଚାଳନା ହୋଇଥିଲା । ସେହି ଘଟଣାର ଫାଇଦା ନେଇ ଏପରି ଡରାଇବାକୁ କେହି ଧମକ୍ ଦେଉଥିବା ପୋଲିସ କହିଛିା ଭୟ ଓ ପ୍ୟାନିସ୍ ସ୍ଥିତି ସୃଷ୍ଟି କରିବାକୁ ଏପରି କରିଥାଏପାରେ ବୋଲି କହିଛି ପୋଲିସ । ପୋଲିସକୁ ତୁଷାରଙ୍କୁ ମିଳିଥିବା ଧମକପୂର୍ଣ୍ଣ ଭଏସ୍ ଦେଇଛନ୍ତି ତୁଷାର । ସ୍ଥାନୀୟ ପୋଲିସକୁ ଜଣାଇବା ପରେ କ୍ରାଇମବ୍ରାଂଚ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି । ଏମିତିକି ଚାନ୍ଦା ବା ବଟି ଆଦାୟ ବିରୋଧୀ ସେଲ୍ ମଧ୍ୟ ତଦନ୍ତ ଚଳାଇଛି ।
ହରି ବକ୍ସର ହେଉଛି ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ସଦସ୍ୟ । ପୂର୍ବରୁ ଫିଲ୍ମମେକର ରୋହିତ ସେଟ୍ଟୀ ଓ ଅଭିନେତା ରଣବୀର ସିଂହଙ୍କୁ ଧମକ୍ ଦେଇଥିବା ଥାନାରେ ଏତଲା ରହିଛି । ହରିଚାନ୍ଦ ଜାଟ୍ ଓରଫ ହରି ବକ୍ସରର ଘର ରାଜସ୍ଥାନର ନାରାୟଣପୁରରେ । ଜଣେ ଚାଷୀଙ୍କର ପୁଅ ହରି ନିଜକୁ ଅପରାଧୀ ସଜେଇ ଦେଇଛି । ସେ ଜଣେ ପୂର୍ବତନ ବକ୍ସିଂ କୋଚ୍ , ଏହାପରେ ଅପରାଧ ଦୁନିଆରେ ପାଦ ରଖିଥିଲା । ତା ନାଁରେ ବ୍ୟବସାୟୀଙ୍କୁ ଧମକଚମକ ଦେବା, ଲୁଟ୍ କରିବ।। ଏହାସହ ତା ନାଁରେ ରାଜସ୍ଥାନରେ, ପଂଜାବ ଓ ଦିଲ୍ଲୀରେ ରହିଛି ହତ୍ୟା ମାମଲା । ଏବେ ଆମେରିକାରେ ରହି ଗ୍ୟାଙ୍ଗ ଚଳାଇଥିବା ସନ୍ଦେହ କରାଯାଉଛି । ଗ୍ୟାଙ୍ଗଷ୍ଟର ରୋହିତ ଗୋଦରାର ସେ ଘନିଷ୍ଟ ବୋଲି ସୂଚନା ମିଳିଛିା ଗତବର୍ଷ ଅକ୍ଟୋବର ମାସରେ କାଲିଫର୍ଣ୍ଣିଆରେ ତାଙ୍କ ଉପରେ ଏବଂ ତାଙ୍କ ସହେଯାଗୀଙ୍କ ଉପରେ ଏକ ଆକ୍ରମଣ ହୋଇଥିଲା । ଯାହ ଗୋଦରାର ନିର୍ଦ୍ଦେଶରେ କରାଯାଇଥିଲା । ଘଟଣାରେ ଜଣେ ସହେଯାଗୀଙ୍କ ମୃତ୍ୟୁ ହୋଇଥିଲା ।
