Latest Odisha News

BREAKING NEWS

୬ ବର୍ଷ ପରେ  ନ୍ୟୁଜିଲାଣ୍ଡରେ ଏକାଠି ଖେଳିବେ ରୋହିତ-ବିରାଟ

ନୂଆଦିଲ୍ଲୀ:ରୋହିତ ଶର୍ମା ଏବଂ ବିରାଟ କୋହଲି ଫେବୃଆରୀ ୨୦୨୦ ପରେ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ମାଟିରେ ଏକାଠି ଖେଳିବାକୁ ଓହ୍ଲାଇବେ । ଦୁହେଁ ଶେଷ ଥର ପାଇଁ ୨୯ ଫେବୃଆରୀ ୨୦୨୦ରେ ହ୍ୟାମିଲଟନ୍‌ରେ ଟି୨୦ ଖେଳିଥିଲେ । ଏବେ ୫ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଦୁହେଁ ଏକତ୍ର ଖେଳିବେ । ଟେଷ୍ଟ ଏବଂ ଟି-୨୦ ଆନ୍ତର୍ଜାତୀୟରୁ ଅବସର ନେବା ପରେ ଦୁହେଁ କେବଳ ଦିନିକିଆ ଖେଳୁଛନ୍ତି । ନ୍ୟୁଜିଲାଣ୍ଡରେ ୧୩ଟି ଦିନିକିଆରେ ୫୯୬ ରନ୍ କରିଛନ୍ତି (ଆଭରେଜ୍ ୪୯.୬୬, ଷ୍ଟ୍ରାଇକ୍ ରେଟ୍ ୯୧.୪୧) । ସେଠାରେ ସେ ୬୦୦ ରନ୍ ପୂରଣ କରିବାରୁ ମାତ୍ର ୪ ରନ୍ ଦୂରରେ ଅଛନ୍ତି । ତାଙ୍କ ନାମରେ ୧ଟି ଶତକ (୨୦୧୪ ନେପିୟରରେ ୧୨୩ ରନ୍) ଓ ୪ଟି ଅର୍ଦ୍ଧଶତକ ରହିଛି । ୧୪ଟି ଦିନିକିଆରେ ୪୩୭ ରନ୍ କରିଛନ୍ତି (ଆଭରେଜ୍ ୩୬.୪୧) ।

 ନ୍ୟୁଜିଲାଣ୍ଡରେ ତାଙ୍କର ସର୍ବାଧିକ ସ୍କୋର୍ ୮୭ ରନ୍ (୨୦୧୯) । ସେଠାରେ ସେ ଏପର‌୍ୟ୍ୟନ୍ତ ଗୋଟିଏ ହେଲେ ବି ଦିନିକିଆ ଶତକ ମାରିନାହାନ୍ତି । ଭାରତ ପାଇଁ ସର୍ବାଧିକ ଦିନିକିଆ ରନ୍ କରିଥିବା ବ୍ୟାଟରଙ୍କ ମଧ୍ୟରେ ସଚିନ ତେନ୍ଦୁଲକର (୧୮,୪୨୬ ରନ୍) ପ୍ରଥମ, ବିରାଟ କୋହଲି (୧୫,୧୦୯ ରନ୍) ଦ୍ୱିତୀୟ ଏବଂ ରୋହିତ ଶର୍ମା (୧୨,୧୨୦ ରନ୍) ତୃତୀୟ ସ୍ଥାନରେ ଅଛନ୍ତି । ବିଶ୍ୱସ୍ତରରେ ଦିନିକିଆ ରନ୍ ସଂଗ୍ରହ ମାମଲାରେ କୋହଲି ଦ୍ୱିତୀୟ ଏବଂ ରୋହିତ ସପ୍ତମ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ୨୦୨୭ ଦିନିକିଆ ବିଶ୍ୱକପ୍‌ରେ ଖେଳିବା ପାଇଁ ଦୁହେଁ ଆଶାୟୀ ଅଛନ୍ତି । ତେବେ ଟିମ୍‌ରେ ସ୍ଥାନ ବଜାୟ ରଖିବାକୁ ହେଲେ ଏହି ସିରିଜ୍‌ରେ ଭଲ ପ୍ରଦର୍ଶନ କରିବା ଅତ୍ୟନ୍ତ ଜରୁରୀ । ୧୯୭୬ ରୁ ୨୦୨୨ ମଧ୍ୟରେ ଭାରତ ନ୍ୟୁଜିଲାଣ୍ଡ ମାଟିରେ ୪୫ଟି ଦିନିକିଆ ଖେଳିଛି । ଏଥିମଧ୍ୟରୁ ଭାରତ ୧୪ଟିରେ ବିଜୟ ହାସଲ କରିଥିବା ବେଳେ ୨୬ଟିରେ ପରାଜିତ ହୋଇଛି (୧ଟି ଟାଇ ଓ ୪ଟି ବିନା ଫଳାଫଳ) ।

Leave A Reply

Your email address will not be published.