Latest Odisha News

BREAKING NEWS

ବାପୁଜୀ ନଗର ନାଗରିକ କମିଟିର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ବର: ଓଡିଶା ତଥା ଭାରତର ପ୍ରଥମ ଆବାସିକ କଲୋନୀ ବାପୁଜୀ ନଗର ନାଗରିକ କମିଟତି ର ବାର୍ଷିକ ଉତ୍ସବ ଗତ ୨ତାରିଖ ବାପୁଜୀ ନଗର ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ମହା ସମାରୋହରେ ପାଳିତ ହୋଇଛି । ଏହି ସଭାରେ ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର ଉଦବୋଧନ ଦେଇ ନାଗରିକମାନଙ୍କ ସମସ୍ୟା ର ଯଥା ରାସ୍ତାଘାଟ, ପରିମଳ ସ୍ୱଚ୍ଛତା , ଆଇନ ଶୃଙ୍ଖଳା ସଠିକ ଭାବରେ ବଜାଇ ରଖିବା ପାଇଁ ନାଗରିକମାନକର ଭାଗିଦାରୀତା ଉପରେ ପର୍ଯ୍ୟାଲୋଚନା କରିଥିଲେ । ସେହିପରି ବାପୁଜୀ ନଗର ବାର୍ଷିକ ଉତ୍ସବରେ ତାଙ୍କୁ ଅଥିତି ଭାବେ ନିମନ୍ତ୍ରଣ କରିଥିବାରୁ ସେ ହାର୍ଦ୍ଦିକ କୃତଜ୍ଞତା କରିବା ସହ ମା ଗଜଲକ୍ଷ୍ମୀ କୁ ଦର୍ଶନ କରି ସାମଗ୍ରିକ ଅଞ୍ଚଳର ଉନ୍ନତି କାମନା କରିଥିଲେ ।

ଏହି ସଭାରେ ବାପୁଜୀ ନଗରର ସୁନାମଧନ୍ୟ ଯୁବ ଅଧିବକ୍ତା ଓ ଭୁବନେଶ୍ୱର ବାର ଆସୋସିଏସନର କାର୍ଯ୍ୟରତ ସମ୍ପାଦକ ସୁମନ ରାଉତରାୟଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା ସେହିପରି ଏହି ସଭାରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ନିଜର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କେ କ୍ରୀଷ୍ଣା ଓ ଶ୍ରୀ ଦେବଦତ୍ତ ଦେଙ୍କୁ ନାଗରିକ ସମ୍ମାନ ପ୍ରଦାନ କରାଯାଇଥିଲା ।

ଏହି ସଭାରେ ବାପୁଜୀ ନଗର ନାଗରିକ କମିଟତି ସାଧରଣ ସମ୍ପାଦକ ଡ଼କ୍ଟର ଦୁଷ୍ମନ୍ତ ସାହୁ ସ୍ୱାଗତ ଅଭିଭାଷଣ ଓ ସମ୍ପାଦକୀୟ ବିବରଣୀ ଉପସ୍ଥାପନା କରିଥିଲେ ।ଏ ବର୍ଷ ମଧ୍ୟ ନାଗରିକ କମିଟି ଦ୍ୱାରା ବିଭିନ କୃତି ପ୍ରତିଯୋଗୀ ମାନକୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଉକ୍ତ ସଭାକୁ ପରିଚାଳନା କରିଥିଲେ କମିଟିର ସାଂସ୍କୃତିକ ସଂପାଦକ ପ୍ୟାରୀମୋହନ ସେନାପତି. ସଭାକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ବାପୁଜୀ ନଗରର ସକ୍ରିୟ ସଦସ୍ୟ ଜୟନ୍ତ ଜେନା, ଜୟନ୍ତ ପଟ୍ଟନାୟକ , ବିରଂଚି ସାମନ୍ତରାୟ , ଡ଼କ୍ଟର ଇତିଶ୍ରୀ ସେନାପତି, ସ୍ମିତା ମହାନ୍ତି, ମାନସ ମହାପାତ୍ର, ସୂର୍ଯ୍ୟ ନାରାୟଣ ଦାସ, ଭାନୁ ପ୍ରତାପ ମହାନ୍ତି, କୃତିବାସ ବେହେରା, ବିଶ୍ୱରଂଜନ ପଟ୍ଟନାୟକ, ମୋନଜ ତ୍ରିପାଠୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।ପରିଶେଷରେ ନାଗରିକ କମିଟ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ ବିଶ୍ୱଜିତ ମିତ୍ର ।

Leave A Reply

Your email address will not be published.