Latest Odisha News

BREAKING NEWS

ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ 

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ପବିତ୍ର ‘ବନକଲାଗି’ ନୀତି ଅନୁଷ୍ଠିତ ହେବାକୁ ଥିବାରୁ ଚାରି ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ଠାକୁରଙ୍କ ଦର୍ଶନ କରିପାରିବେ ନାହିଁ। ଦ୍ୱିତୀୟ ଭୋଗମଣ୍ଡପ ନୀତି ସମ୍ପନ୍ନ ହେବା ପରେ ‘ବନକଲାଗି’ ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟ ମଧ୍ୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଦତ୍ତ ମହାପାତ୍ର ସେବକମାନେ ଏହି ସ୍ୱତନ୍ତ୍ର ନୀତି ସମ୍ପାଦନ କରିବେ। ଏହି ନୀତିରେ ପାରମ୍ପରିକ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଇ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଶ୍ରୀମୁଖକୁ ସୁସଜ୍ଜିତ କରାଯାଇଥାଏ।

ଏହି ପବିତ୍ର ନୀତିରେ ଠାକୁରମାନଙ୍କ ଶ୍ରୀମୁଖକୁ ସଜାଇବା ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ ଚୂର୍ଣ୍ଣ, କସ୍ତୁରୀ ଭଳି ବିଭିନ୍ନ ପ୍ରାକୃତିକ ଉପାଦାନର ବ୍ୟବହାର କରାଯାଇଥାଏ।

Leave A Reply

Your email address will not be published.