Latest Odisha News

BREAKING NEWS

ପୋଲିସକୁ କଡା ଚ୍ୟାଲେଞ୍ଜ;ପାର୍କ ନିକଟରୁ ଯୁବକଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ମଞ୍ଚେଶ୍ୱର ଥାନା ଜନଗହଳି ପୂର୍ଣ୍ଣ କେଳୁ ଚରଣ ପାର୍କ ନିକଟରୁ ଉଦ୍ଧାର ହୋଇଛି ଜଣେ ଯୁବକଙ୍କ ଅଧାପୋଡ଼ା ଓ ଗଳିତ ମୃତଦେହ । ଘଟଣାକୁ ନେଇ ଗାଡ଼କଣ ଅଞ୍ଚଳରେ ଖେଳିଯାଇଛି ଆତଙ୍କ । ମୃତକଙ୍କୁ ପ୍ରଥମେ ହତ୍ୟା କରାଯାଇ ଏହାପରେ ଚିହ୍ନଟ ଓ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ପୋଡ଼ି ଦିଆଯାଇଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଛାନଭିନ ଆରମ୍ଭ କରିଛି।

ପାର୍କରେ ସକାଳେ କାମ କରୁଥିବା କର୍ମଚାରୀ ମାନେ କିଛି ଦୁର୍ଗନ୍ଧ ବାରି ଥିଲେ ଏବଂ ଖୋଜାଖୋଜି କରିବାରୁ ପାର୍କ ନିକଟରେ ଥିବା ପାଚେରୀ କଡରୁ ଯୁବକଙ୍କ ଗଳିତ ଶବ ଦେଖିବାକୁ ମିଳିଥିଲା। ଶବଟିର ଖପୁରୀ ଓ ଗୋଟିଏ ଗୋଡ ବ୍ୟତୀତ ଆଉ କିଛି ନଥିଲା। ସେ ପିନ୍ଧିଥିବା ପ୍ୟାଣ୍ଟଟି ନିକଟରେ ପଡ଼ିଥିଲା। ଖବର ପାଇବା ପରେ ମଞ୍ଚେଶ୍ୱର ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ମୃତ ଯୁବକଙ୍କ ବୟସ ୩୦ ରୁ ୩୫ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ୨ ରୁ ୩ ସପ୍ତାହ ପୂର୍ବରୁ କେହି ତାଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଏହା ବଣବୁଦା ସ୍ଥାନ ହୋଇଥିବାରୁ ଜନସାଧାରଣକୁ ନଜରକୁ ଆସିନଥିବା ଜଣାପଡ଼ିଛି। ମୃତଦେହକୁ ପୋଡା ଯାଇଥିବା ମଧ୍ୟ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଏପରିକି ଜନଗହଳିପୂର୍ଣ୍ଣ ରାଜଧାନୀରେ ଏଭଳି ଜଘନ୍ୟ ଘଟଣା କିପରି ଘଟିଲା, ତାକୁ ନେଇ ଉଠିଛି ପ୍ରଶ୍ନ ।

 

Leave A Reply

Your email address will not be published.