ବ୍ୟୁରୋ: ୪ ବର୍ଷର ବିବାହରେ ହେବ ବିଚ୍ଛେଦ । ବଲିଉଡ ସିଙ୍ଗର କନିକା କପୁର ନେବେ ଡିଭୋର୍ସ । ବିଜନେସମ୍ୟାନ ସ୍ୱାମୀ ଗୌତମ ହାଥିରମଣୀଙ୍କ ଠାରୁ ଅଲଗା ହେବାପାଇଁ ଘୋଷଣା କରିଛନ୍ତି ବେବି ଡଲ୍ ସିଙ୍ଗର କନିକା କପୁର । ଏନେଇ କନିକା ନିଜ ଇଷ୍ଟ୍ରାଗ୍ରାମ ଆକାଉଂଟରେ ବୁଧବାର ପୋଷ୍ଟ କରିଛନ୍ତି । ଉଭୟ ନିଜ ଇଚ୍ଛାରେ ଉଭୟଙ୍କଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି ବୋଲି ନିଜ ସାଙ୍ଗ ପରିବାର ଏବଂ ଫ୍ୟାନଙ୍କୁ ଜଣାଇଛନ୍ତି କନିକା । କନିକା ଗୌତମଙ୍କ ଭବିଷ୍ୟତ ପାଇଁ ଗୁଡ ଲକ୍ ବି ଜଣାଇଛନ୍ତି । ଉଭୟ ଉଭୟଙ୍କ ରାସ୍ତାରେ ବଂଚିବାକୁ ଚାହୁଁଥିବା କହିଛନ୍ତି କନିକା । ତେବେ ବିବାହ ବିଚ୍ଛେଦର କାରଣ ଜଣାଇନାହାନ୍ତି ସେ । କନିକା କପୁର ବଲିଉଡର ହିଟ୍ ଗୀତ ବେବି ଡଲ୍ ଓ ଚିଟିୟା କଲେୟାଁ ପାଇଁ ଜଣା ।
୨୦ ମେ ୨୦୨୨ରେ ସେ ଲଣ୍ଡନରେ ବ୍ୟବସାୟୀ ଗୌତମ ହଥୀରମଣୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତା ପୂର୍ବରୁ ଉଭୟ ବହୁତ ଭଲ ବନ୍ଧୁ ଭାବେ ବହୁ ବଷ ର୍ ଥିଲେ । ତାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହେବାରୁ ତାହା ବିବାହରେ ପରିଣତ ହୋଇଥିଲା । ଏହାଥିଲା କନିକାଙ୍କ ଦ୍ୱିତୀୟ ବିବାହ ଏବଂ ବିଚ୍ଛେଦ ମଧ୍ୟ । ପୂର୍ବରୁ କନିକା ରାଜ୍ ଚନ୍ଦୌକଙ୍କୁ ବିବାହ କରିଥିଲେ । ୨୦୧୨ରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା । କନିକାଙ୍କର ୩ଟି ପିଲା ଥିବା ମଧ୍ୟ ସୂଚନା ରହିଛି ।
