Latest Odisha News

BREAKING NEWS

ବେଆଇନ ବାଲି ଚାଲାଣବେଳେ ମାଡି ବସିଲା ପୋଲିସ, ଜବତ ହେଲା ୭ଡମ୍ପର

ଜଳେଶ୍ୱର:୧୬ ନମ୍ବର ଜାତୀୟ ରାଜପଥର ଜମାଳପୁର ବାଇପାସ୍ ନିକଟରୁ ବେଆଇନ ବାଲି ଚାଲାଣ ବେଳେ ଜବତ ହେଲା ୭ଟି ବାଲି ବୋଝେଇ ଡମ୍ପର । ଏହି ଗାଡ଼ିଗୁଡ଼ିକୁ ଜବତ କରିଛି ଜଳେଶ୍ୱର ପୋଲିସ । ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି ।

ସୂଚନାଥାଉକି, ଆଜି ଭୋର ସମୟରେ ଏସ୍‌ଆଇ ତରୁଣ କୁମାର ଦାସ ନିଜ ଟିମ୍ ସହ ଜାତୀୟ ରାଜପଥରେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ଜମାଳପୁର ବାଇପାସ୍ ଦେଇ ଯାଉଥିବା କିଛି ବାଲି ବୋଝେଇ ଡମ୍ପରକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଗାଡ଼ିଗୁଡ଼ିକର ଆବଶ୍ୟକୀୟ କାଗଜପତ୍ର କିମ୍ବା ବୈଧ ଟ୍ରାଞ୍ଜିଟ୍ ପାସ୍ ନଥିଲା । ଏହାପରେ ପୋଲିସ ୭ଟି ଡମ୍ପରକୁ ଜବତ କରିଛି । ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିବା ସହ ଚୋରାଚାଲାଣ ପଛରେ ଥିବା ଅନ୍ୟ ବ୍ୟକ୍ତିଙ୍କ ସମ୍ପର୍କରେ ତଦନ୍ତ ଜାରି ରଖିଛି ।

ଅନ୍ୟପଟେ ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଉତ୍ତୋଳନ କରି ପଶ୍ଚିମବଙ୍ଗକୁ ଚୋରାଚାଲାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଛି ।

Leave A Reply

Your email address will not be published.