ଆସିକା: ବିଧାୟକ ସରୋଜ ପାଢ଼ୀଙ୍କ ନାଁରେ ଥାନାରେ ଏତଲା (FIR) ଦିଆଯାଇଛି। ବାତ୍ୟା ପରବର୍ତ୍ତୀ ରିଲିଫ୍ ବଣ୍ଟନକୁ କେନ୍ଦ୍ର କରି ଏହି ବିବାଦ ସୃଷ୍ଟି ହୋଇଛି। ଆସିକା ବିଧାୟକଙ୍କ ନାଁରେ ଥାନାରେ ଏତଲା କଲେ ଗଞ୍ଜାମ ଜିଲ୍ଲା ସିଡିଓ ସମୀର କୁମାର ଜେନା। ବିଧାୟକଙ୍କ ନାଁରେ ଦୁର୍ବ୍ୟବହାର ଓ ଧମକ ନେଇ ଅଭିଯୋଗ ହୋଇଛି। ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ପାଇଁ ରିଲିଫ ବଣ୍ଟନକୁ ନେଇ ବିବାଦ ହୋଇଥିଲା।
ତେବେ ଏହି ଘଟଣାକୁ ନେଇ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (CDO) ତଥା ଇଓ ସମୀର ଜେନା ନିଜେ ଆସିକା ଥାନାରେ ଏହି ଲିଖିତ ଏତଲା ଦେଇଛନ୍ତି। ଆସିକା ପୌରପାଳିକା (NAC) ଅଫିସରେ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ଯୋଗାଣରେ ପକ୍ଷପାତିତାକୁ ନେଇ ବିଧାୟକ ସରୋଜ ପାଢ଼ୀ ଏବଂ CDO ସମୀର ଜେନାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସରକାରୀ କାର୍ଯ୍ୟ ସମୟରେ ବିଧାୟକ CDOଙ୍କୁ ଗାଳିଗୁଲଜ, ଧମକ ଏବଂ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି।
ଏହି ଘଟଣାକୁ ନେଇ ବିଜୁ ଜନତା ଦଳ (BJD) ପକ୍ଷରୁ ମଧ୍ୟ ଆସିକା ଥାନାରେ ବିଧାୟକଙ୍କ ବିରୋଧରେ ଏକ ପୃଥକ ଏତଲା ଦିଆଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଅପରପକ୍ଷରେ, ଶାସକ ଦଳ ବିଜେପି ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ପ୍ରଶାସନିକ ଏବଂ ରାଜନୈତିକ ମହଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ତେବେ ଏତଲାରେ କେଉଁ କେଉଁ ଅଭିଯୋଗ ଉଲ୍ଲେଖ ରହିଛି ଏବଂ ପୋଲିସ ଏହାକୁ ନେଇ କି ପଦକ୍ଷେପ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।
