Latest Odisha News

BREAKING NEWS

ଭୁବନେଶ୍ୱର ଓ କଟକ ମହାନଗର ନିଗମରେ ଘରକୁ ଘର ସର୍ଭେ ଅବଧି;୧୫ ଦିନ ପାଇଁ ବଢ଼ିଲା

ଭୁବନେଶ୍ୱର: ଆଗାମୀ ପୌର ନିର୍ବାଚନକୁ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଓ କଟକ ମହାନଗର ନିଗମ (ସିଏମସି) ଅଞ୍ଚଳରେ ଚାଲିଥିବା ଘରକୁ ଘର ସର୍ଭେ (Door-to-Door Survey) କାର୍ଯ୍ୟର ଅବଧିକୁ ଆଉ ୧୫ ଦିନ ବୃଦ୍ଧି କରାଯାଇଛି । ଏହି ସର୍ଭେ କାର୍ଯ୍ୟ ପୂର୍ବରୁ ନଭେମ୍ବର ୭ ତାରିଖରେ ଶେଷ ହୋଇଥାନ୍ତା । ଏବେ ଏହାକୁ ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଉଭୟ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଅନୁରୋଧକୁ ବିଚାର କରି ମାନ୍ୟବର ରାଜ୍ୟ ନିର୍ବାଚନ ଆୟୋଗ ଏହି ଅବଧି ବୃଦ୍ଧିକୁ ଅନୁମୋଦନ କରିଛନ୍ତି ।

ଧାର୍ଯ୍ୟ ବର୍ଦ୍ଧିତ ସମୟସୀମା ମଧ୍ୟରେ ଘରକୁ ଘର ସର୍ଭେ କାର୍ଯ୍ୟକୁ ସଠିକ୍ ଭାବେ ସମ୍ପନ୍ନ କରିବା ସହ ଏହାର ନିୟମିତ ତଦାରଖ ଓ ତଦନୁଯାୟୀ ଆବଶ୍ୟକୀୟ ମନିଟରିଂ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଉଭୟ ମହାନଗର ନିଗମର କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.