Latest Odisha News

BREAKING NEWS

କଟାମୁଣ୍ଡ ହତ୍ୟା ଘଟଣା: ୪ ଦିନ ପରେ ନାଳରୁ ମିଳିଲା ଶରୀରର ଅଂଶ

କୋକସରା: କଳାହାଣ୍ଡିରେ ମୁଣ୍ଡବିହୀନ ମୃତଦେହ ଘଟଣାକୁ ନେଇ ଚାଞ୍ଚଲ୍ୟ। ଧାନ ବିଲରୁ ମିଳିଥିଲା ଜଣେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ। ଆଉ ଏବେ ଘଟଣାସ୍ଥଳଠାରୁ ପ୍ରାୟ ୨୦୦ ମିଟର ଦୂର ଏକ ନାଳରୁ ଉଦ୍ଧାର ହୋଇଛି ଖପୁରି। କୋକସରା ଥାନା ଲଡୁଗାଁ-ସୁପାଡ଼ ରାସ୍ତା ନିକଟ ବିଲରୁ ମିଳିଥିଲା ମୁଣ୍ଡବିହୀନ ମୃତଦେହ । ମୃତ ଯୁବକ ହେଲେ ଲଡୁଗାଁର ରାଜୁ ବାଗ ।

ଗତ ଗୁରୁବାର ଚାଷଜମିରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ପରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଖୋଜାଖୋଜି କରିଥିଲେ ମଧ୍ୟ ମିଳିନଥିଲା କଟାମୁଣ୍ଡ । ପରେ ପୁଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଥିଲା । ଶେଷରେ ମୃତଦେହ ଉଦ୍ଧାରର ୪ ଦିନ ପରେ ନାଳରୁ ମିଳିଛି କଟାମୁଣ୍ଡର ଅଂଶବିଶେଷ । ତେବେ କିଏ ଓ କାହିଁକି ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଲା ତାହାର କାରଣ ଖୋଜୁଛି କଳାହାଣ୍ଡି ପୁଲିସ ।

Leave A Reply

Your email address will not be published.