Latest Odisha News

BREAKING NEWS

ଆଲୋକର ପର୍ବ ‘ଦୀପାବଳି’ରେ ଅଘଟଣ: ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

ନୟାଗଡ଼: ଦୀପାବଳି ଅବସରରେ ସାମ୍ନାକୁ ଆସିଛି । ନୟାଗଡ଼ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଆଜି ଅପରାହ୍ନରେ ଭୁବନେଶ୍ବରରୁ ଆମ୍ବୁଲାନ୍ସଟି ଏକ ରୋଗୀଙ୍କୁ ନେଇ ୫୭ ନମ୍ବର ଜାତୀୟ ରାଜପଥରେ ଆଗକୁ ବଢୁଥିଲା। ଆମ୍ବାଲାନ୍ସଟି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଞ୍ଚଳକୁ ଯାଉଥିଲା। ଏଥିରେ ଈଶ୍ବର ସାହୁଙ୍କର ମୃତଦେହ ଥିଲା। ଈଶ୍ବରଙ୍କର ସଂପର୍କୀୟମାନେ ଆମ୍ବୁଲାନ୍ସ ଭିତରେ ଥିଲେ। ତେବେ ବାଣୀଗୋଛା ଥାନା ନିକଟ ଶାଳଭଙ୍ଗା ଜଙ୍ଗଲରେ ଏକ କଲର୍ଭଟ ଉପ‌ରେ ସନ୍ଧ୍ୟା ପ୍ରାୟ ସ‌ାଢ଼େ ୫ଟାରେ ଆମ୍ବୁଲାନ୍ସ ନିୟନ୍ତ୍ରଣ ହରାଇଥିଲା। ଦ୍ରୁତଗତିରେ ଥିବା ଗାଡ଼ିର ଚାଳକ ଏକ କଲଭର୍ଟ କୁ ଧକ୍କା ଦେଇଥିଲେ ।

ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ପ୍ରତାପ ବାଗ, ଶୀର୍ଷ ବାଗଙ୍କ ସମେତ ମୋଟ ୩ ଜଣଙ୍କର ମୃତ୍ୟୁ ଘଟିଛି । ଈଶ୍ବର ସାହୁଙ୍କ ପୁଅ ରାଜୁଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.