Latest Odisha News

BREAKING NEWS

ଗୁପଚୁପ ଓ ଟିକ୍କି ଖାଇ ୧୦୦ ଜଣ ଅସୁସ୍ଥ, ସମସ୍ତେ ମେଡିକାଲରେ ଭର୍ତ୍ତି

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସିଦ୍ଧାର୍ଥନଗର (Siddharthnagar) ଜିଲ୍ଲାରେ ଗୁପଚୁପ ଏବଂ ଆଲୁ ଟିକ୍କି ଖାଇ ପ୍ରାୟ ୧୦୦ ରୁ ୧୫୦ ଜଣ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ମହିଳା ଓ ପ୍ରାୟ ୩୫ ଜଣ ଶିଶୁ ଅଛନ୍ତି। ସିଦ୍ଧାର୍ଥନଗର ଜିଲ୍ଲାର ଖେସରାହା ଥାନା ଅନ୍ତର୍ଗତ ପେଡାରୀ (Pedari) ଏବଂ କଲନଖୋର (Kalnakhor) ଗାଁ।

ଶୁକ୍ରବାର ସନ୍ଧ୍ୟାରେ ଗ୍ରାମବାସୀ ଜଣେ ସ୍ଥାନୀୟ ଫେରିବାଲାଙ୍କଠାରୁ ଗୁପଚୁପ ଏବଂ ଟିକ୍କି କିଣି ଖାଇଥିଲେ। ଖାଦ୍ୟ ଖାଇବାର କିଛି ଘଣ୍ଟା ମଧ୍ୟରେ ସମସ୍ତଙ୍କର ବାନ୍ତି ଓ ଝାଡ଼ା (ଫୁଡ୍ ପଏଜନିଂ) ଲକ୍ଷଣ ଦେଖାଦେଇଥିଲା। ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁଯାୟୀ, ଗୁପଚୁପ ବିକ୍ରେତା ଜଣକ ବାସୀ ସିଝା ଆଳୁ କିମ୍ବା ଦୂଷିତ ପାଣି ବ୍ୟବହାର କରିଥିବାରୁ ଏଭଳି ଘଟିଥାଇପାରେ।

ଅସୁସ୍ଥମାନଙ୍କୁ ସିଦ୍ଧାର୍ଥନଗରର ମାଧବ ପ୍ରସାଦ ତ୍ରିପାଠୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସମସ୍ତଙ୍କ ସ୍ଥିତି ସ୍ଥିର ଥିବାବେଳେ କୌଣସି ମୃତ୍ୟୁ ଖବର ଆସିନାହିଁ। ମେଡିକାଲ ଟିମ୍ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ମେଡିକାଲ କଲେଜରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରେ ପ୍ରାୟ ୩୫ ରୁ ୩୬ ଜଣ ଶିଶୁ ଅଛନ୍ତି । ପ୍ରାରମ୍ଭରେ ତିନି ଜଣ ଶିଶୁଙ୍କ ଅବସ୍ଥା ଗୁରୁତର ଥିଲା, କିନ୍ତୁ ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି ଏବଂ ବର୍ତ୍ତମାନ ସେମାନେ ସ୍ଥିର ଅଛନ୍ତି। ସମସ୍ତ ରୋଗୀଙ୍କ ଚିକିତ୍ସା ଚାଲିଛି ଏବଂ ସେମାନଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି।

Leave A Reply

Your email address will not be published.