Latest Odisha News

BREAKING NEWS

୩ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ,ଶିଶୁପୁତ୍ର ମୃତ

କଟକ:ସୋମବାର ସକାଳୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି।କଟକ ଦରଘା ବଜାରସ୍ଥିତ ରକି ଟେଲର ଗଳିରେ ଆଜି ଭୋର ସମୟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ୬ବର୍ଷର ବାଳକ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ନିଆଁ ଲିଭା ପାଇଁ ଉଦ୍ୟମ ଜାରି ରଖିଛି।

ସୂଚନାନୁଯାୟୀ, ଆଜି ସକାଳ ପ୍ରାୟ ୪ଟା ସମୟରେ ପରିବାରର ସମସ୍ତ ସଦସ୍ୟ ଶୋଇଥିବା ବେଳେ ଘରେ ହଠାତ୍ ନିଆଁ ଲାଗିଯାଇଥିଲା। ଉକ୍ତ ଘରର ଦୁଇଟି ମହଲାରେ ମହିଳା, ପୁରୁଷ ଓ ଶିଶୁଙ୍କ ସମେତ ମୋଟ ୮ ଜଣ ରହୁଥିଲେ। ଘରେ କାମ କରୁଥିବା ଜଣେ ମହିଳା ଛାତ ଉପରେ ଥିବା ସମୟରେ ଘର ଭିତରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖି ପାଟି କରିଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଆଜି ଭୋର ସମୟରେ ଯେତେବେଳେ ସମସ୍ତେ ଶୋଇଥିଲେ, ସେହି ସମୟରେ ହାତୀପୋଖରୀ ଅଞ୍ଚଳରେ ଥିବା ଏହି ୩ ମହଲା କୋଠାରୁ ପ୍ରବଳ ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଥିଲା। ଦେଖୁ ଦେଖୁ ନିଆଁର ଶିଖା ଏତେ ଭୟଙ୍କର ରୂପ ନେଇଥିଲା ଯେ, ସମ୍ପୂର୍ଣ୍ଣ କୋଠାକୁ ଆଚ୍ଛାଦିତ କରିଦେଇଥିଲା। ଘର ଭିତରୁ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ଆଗେଇ ଆସିଥିଲେ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ଘର ଭିତରେ ଥିବା ପରିବାର ଲୋକେ ବାହାରକୁ ବାହାରି ପାରି ନ ଥିଲେ। ଅଗ୍ନିକାଣ୍ଡ ଯୋଗୁ ଘର ଭିତରେ ଥିବା ୬ ବର୍ଷର ଶିଶୁପୁତ୍ରଟି ଧୂଆଁ ଓ ନିଆଁରେ ଗୁରୁତର ଭାବେ ପୋଡ଼ି ଯାଇଥିଲା। ତାକୁ ତୁରନ୍ତ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଅନ୍ୟପକ୍ଷରେ, ଅଗ୍ନିଶମବାହିନୀ ପକ୍ଷରୁ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।

 

Leave A Reply

Your email address will not be published.