Latest Odisha News

BREAKING NEWS

ରାୟପୁରରୁ ସିଫ୍ଟ ହେଲା ରଣଜୀ ଟ୍ରଫିର ୨ଟି ମ୍ୟାଚ୍; ଜାଣନ୍ତୁ ପ୍ରକୃତ କାରଣ

ରାୟପୁର: ଛତିଶଗଡ଼ ରାୟପୁରସ୍ଥିତ ଶହୀଦ ବୀର ନାରାୟଣ ସିଂହ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରୁ ରଣଜୀ ଟ୍ରଫିର ଦୁଇଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌କୁ ବିସିସିଆଇ ଅନ୍ୟତ୍ର ସିଫ୍ଟ (ସ୍ଥାନାନ୍ତର) କରିବାକୁ ବାଧ୍ୟ ହୋଇଛି । ଷ୍ଟାଡିୟମର କାର‌୍ୟ୍ୟ ଏବଂ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଯୋଗୁଁ ଏହି ମ୍ୟାଚ୍‌ଗୁଡ଼ିକୁ ସିଫ୍ଟ କରାଯାଇଛି । ଛତିଶଗଡ଼ ବନାମ ଆନ୍ଧ୍ର ପ୍ରଦେଶ (ଅକ୍ଟୋବର ୨୬-୨୯) ମ୍ୟାଚ୍‌ଟିକୁ ବିଜୟୱାଡ଼ା ନିକଟସ୍ଥ ମୁଲାପାଡୁର ଦେବୀନେନୀ ଭେଙ୍କଟ ରମଣା ପ୍ରଣୀତା ଗ୍ରାଉଣ୍ଡକୁ ସିଫ୍ଟ କରାଯାଇଛି । ଛତିଶଗଡ଼ ବନାମ ହାଇଦ୍ରାବାଦ (ନଭେମ୍ବର ୨ରୁ ଆରମ୍ଭ) ମ୍ୟାଚ୍‌ଟିକୁ ହାଇଦ୍ରାବାଦର ଜିମ୍‌ଖାନା ଗ୍ରାଉଣ୍ଡରେ ଆୟୋଜନ କରାଯାଇଛି ।

ଜାନୁଆରୀ ୨୦୨୬ରେ ଏହି ଷ୍ଟାଡିୟମର ପରିଚାଳନା ଦାୟିତ୍ୱ ଛତିଶଗଡ଼ ଷ୍ଟେଟ୍ କ୍ରିକେଟ ସଂଘ  ୩୦ ବର୍ଷର ଲିଜ୍‌ରେ ନେଇଥିଲା । ତେବେ ଲିଜ୍ ନେବା ପରଠାରୁ ସଂଘକୁ ଆଇନଗତ ନିର୍ଦ୍ଦେଶ ଓ କଟକଣାର ସାମ୍ନା କରିବାକୁ ପଡ଼ୁଛି । ଷ୍ଟାଡିୟମରେ ବର୍ତ୍ତମାନ  ମରାମତି କାମ ଚାଲୁ ରହିଥିବାରୁ ମ୍ୟାଚ୍ ଆୟୋଜନ ସମ୍ଭବ ହୋଇନାହିଁ । ଆସନ୍ତା ଫେବୃଆରୀରେ ତ୍ରିପୁରା ବିପକ୍ଷରେ ଛତିଶଗଡ଼ର ଆଉ ଗୋଟିଏ ହୋମ୍ ମ୍ୟାଚ୍ ରହିଛି । ମାତ୍ର ସେହି ମ୍ୟାଚ୍‌ଟି ରାୟପୁରରେ ଖେଳାଯିବ କି ନାହିଁ, ସେ ନେଇ କୌଣସି ସ୍ପଷ୍ଟତା ନାହିଁ । ଆସନ୍ତା ମାସରେ ରାୟପୁର ଷ୍ଟାଡିୟମରେ ଭବିଷ୍ୟତର ମ୍ୟାଚ୍ ଆୟୋଜନ ନେଇ ଚିତ୍ର ସ୍ପଷ୍ଟ ହେବ।

Leave A Reply

Your email address will not be published.