ମାଲକାନଗିରି: ସୋମନାଥପୁର ସ୍କୁଲ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଟର ଓ ବାଲି ବୋଝେଇ ଟ୍ରାକ୍ଟର ମଧ୍ୟରେ ଧକ୍କା । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି। ମୃତକ ହେଲେ ରାଜୁ ଖିଲା ଓ କୁମ ଖରା। ଦୁର୍ଘଟଣା ପରେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଛନ୍ତି ।
ସୂଚନାଥାଉକି,ତାର୍ଲାକୋଟା ପଞ୍ଚାୟତ ଅନ୍ତର୍ଗତ ମହୁଲଫୁଟ ଗ୍ରାମର ତିନି ଜଣ ସମ୍ପର୍କୀୟ ଗୋଟିଏ ସ୍କୁଟରରେ କୁଡୁମୁଲୁଗୁମ୍ମା ଯାଉଥିଲେ । ଏହି ସମୟରେ ସୋମନାଥପୁର ସ୍କୁଲ ଛକରେ ଏକ ବାଲି ବୋଝେଇ ଟ୍ରାକ୍ଟର ସହ ସ୍କୁଟର ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ରାଜୁ ଖିଲଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ କୁମ ଖରାର ମୃତ୍ୟୁ ଘଟିଛି । ଆହତ ଯୁବକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।
ମୃତକଙ୍କ ପରିବାର ଲୋକେ ବାଲିମେଳା ଥାନାରେ ଅଭିଯୋଗ କରିଛନ୍ତି । ଏଥିସହ କ୍ଷତିପୂରଣ ଦାବି କରିଛନ୍ତି ।
