Latest Odisha News

BREAKING NEWS

ଦୁଇଟି ସ୍ଥାନରେ ଚଢ଼ଉ; ୧୪୦ କେଜି ଗଞ୍ଜେଇ ଜବତ, ୫ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗର ବଡ଼ ଧରଣର ଚଢାଉ । ଜିଲ୍ଲାର ଦୁଇଟି ପୃଥକ ସ୍ଥାନରେ ଚଢ଼ଉ କରି ମୋଟ ୧୪୦.୫ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଏହା ସହ ୫ ଜଣଙ୍କୁ ଗିରଫ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି ।

ଖୋର୍ଦ୍ଧା ଅବକାରୀ ଏସପି ସୁମତି ତ୍ରିପାଠୀ କହିଛନ୍ତି ଯେ, ‘ଆଜି ଦୁଇଟି ମାମଲା କରାଯାଇ ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି । ପ୍ରଥମ ଘଟଣାରେ ଖୋର୍ଦ୍ଧା ସଦର ଥାନା ଅଞ୍ଚଳର ମଳିପଡ଼ା ଫ୍ଲାଏଓଭର ବ୍ରିଜ ନିକଟରେ ଚଢ଼ଉ କରି ଅବକାରୀ ବିଭାଗ ଜଣେ ଅଭିଯୁକ୍ତଙ୍କୁ କାବୁ କରିଛି । ଗିରଫ ବ୍ୟକ୍ତି ହେଉଛନ୍ତି କନ୍ଧମାଳ ଜିଲ୍ଲାର ଭାଗବାନ ବେହେରା । ତାଙ୍କ ନିକଟରୁ ୨୦.୫ କେଜି ଗଞ୍ଜେଇ ସହ ଗୋଟିଏ ସ୍ମାର୍ଟଫୋନ୍ ଜବତ କରାଯାଇଛି ।

ସେହିଭଳି ଅନ୍ୟ ଏକ ଘଟଣାରେ ଖୋର୍ଦ୍ଧା ଅବକାରୀ ମୋବାଇଲ ୟୁନିଟ୍ ପକ୍ଷରୁ ପିତାପଲି ଛକ ଠାରେ ଏକ ବୋଲେରୋ ଗାଡ଼ିକୁ ଅଟକାଇ ଚଢ଼ଉ କରାଯାଇଥିଲା । ଗାଡ଼ିରେ ଜଣେ ମହିଳାଙ୍କ ସମେତ ୪ ଜଣ ଥିଲେ । ଅଭିଯୁକ୍ତ ଅମୂଲ୍ୟ ବେହେରା, ସତ୍ୟବାନ ବେହେରା ଓ ସାଇନି ମାଝିଙ୍କ ସମେତ ମୋଟ ୪ ଜଣଙ୍କୁ ଗିରଫ କରାଯାଇଛି ।

ଏସପି ସୁମତି ତ୍ରିପାଠୀ ଆହୁରି କହିଛନ୍ତି ଯେ, ଗଞ୍ଜେଇ ମାଫିଆମାନେ ଏକ ବୋଲେରୋରେ କନ୍ଧମାଳ ଜିଲ୍ଲା ଫୁଲବାଣୀରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଆଣି ଆସୁଥିଲେ । ଧରା ନପଡିବା ପାଇଁ ଏମାନେ ମହିଳାମାନଙ୍କୁ ମାଧ୍ୟମ କରୁଛନ୍ତି । ଏମାନେ ଗଞ୍ଜେଇକୁ ଭୁବନେଶ୍ୱରରେ ହସ୍ତାନ୍ତର କରିଥାନ୍ତେ ଏବଂ ସେଠାରୁ ଭଦ୍ରକ ଯାଇଥାନ୍ତା’ ବୋଲି କହିଛନ୍ତି ଏସପି ।

Leave A Reply

Your email address will not be published.