କୁଲଗାମ: ଜମ୍ମୁ-କାଶ୍ମୀର କୁଲଗାମ ଜିଲ୍ଲାର ମୀର ବଜାର ନିକଟ ଅଖରାନଠାରେ ଆତଙ୍କୀ ହମଲା । ସିଆରପିଏଫ୍ କ୍ୟାମ୍ପ ଉପରେ ଅତର୍କିତ ଗୁଳି ଚଳାଇଥିଲେ ବାଇକରେ ଆସିଥିବା ସନ୍ଦିଗ୍ଧ । ଆତଙ୍କୀଙ୍କ ଗୁଳିରେ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବୁଧବାର ଦିନ ୨ଟା ୧୫ ମିନିଟରେ ସିଆରପିଏଫର ଏକ ଯାଂଚ ଚେକପୋଷ୍ଟ ଉପରକୁ ଅନ୍ଧାଧୁନ ଗୁଳି ବର୍ଷା କରିଥିଲେ ଆତଙ୍କୀ । ଚୌକିରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ମଧ୍ୟରୁ ୨ଜଣ ଆହତ ହୋଇଥିବା ସିଆରପିଏଫ ପକ୍ଷରୁ ସୂଚନା ଦିଆଯାଇଛି । ମୋଟର ସାଇକେଲରେ ଆସିଥିବା ସନ୍ଦିଗ୍ଧ ଗୁଳି ଚଳାଇ ସେଠାରୁ ଫେରାର ହୋଇଯାଇଥିଲେ ।
ଆତଙ୍କୀଙ୍କ ଗୁଳିରେ ଆହତ ୨ ଯବାନଙ୍କୁ ଅନନ୍ତନାଗ ଜିଲ୍ଲାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆକ୍ରମଣର କିଛି ସମୟ ପରେ ଘଟଣାସ୍ଥଳରେ ସୁର କ୍ଷା କଡା କରା ଯାଇଛି । ଅତିରିକ୍ତ ବ୍ୟାରିକେଡ୍ ଲଗାଯିବା ସହ ପୁରା ଅଂଚଳରେ ସୁରକ୍ଷାକର୍ମୀମାନେ ସୁରକ୍ଷିତ ଯାନ ସହ ଘଟଣାସ୍ଥଳ ନିକଟରେ ଜୋରଦାର କରିଛନ୍ତି ପାଟ୍ରୋଲିଂ । ଏହି ସମୟରେ ଆମ୍ବୁଲାନ୍ସର ସାଇରନ ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା । ଏମିତିକି ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଲୋକଙ୍କୁ ଘରେ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି ସୁରକ୍ଷାକର୍ମୀ । ସୂଚନା ଅନୁସାରେ ସେପଟେ ଜମ୍ମୁ-କଶ୍ମୀର ଉପ-ରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ କୁଲଗାମରେ ଉପସ୍ଥିତ ଥିଲେ । କିନ୍ତୁ ସେ ଆକ୍ରମଣ ସ୍ଥାନରୁ ଦୂରରେ ଥିଲେ ।
