ଆଳି:କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ମାଣିକପାଟଣା ଗାଁରେ ଚାଞ୍ଚଲ୍ୟ । ପରକୀୟା ପ୍ରୀତିରୁ ବଧୂହତ୍ୟା ଅଭିଯୋଗ । । ଝିଅକୁ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ଝିଅକୁ ରାସ୍ତାରୁ ହଟାଇବାକୁ ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି ମଧୁସ୍ମିତାଙ୍କ ବାପା।
ସୂଚନାଥାଉକି, ପଟ୍ଟାମୁଣ୍ଡାଇ ଥାନା ମିଞ୍ଜୟୁଣି ଗାଁର ମଧୁସ୍ମିତା ନାୟକ ମାଣିକପାଟଣା ଗାଁର ସତ୍ୟବ୍ରତ ବିଶ୍ବାଳଙ୍କୁ ବିବାହ କରିଥିଲେ । ମଧୁସ୍ମିତାଙ୍କ ଦେହ ଖରାପ ଥିବା କହି ଶ୍ବଶୁର ଘରକୁ ଫୋନ କରିଥିଲେ ସତ୍ୟବ୍ରତ । ପରେ ମଧୁସ୍ମିତାଙ୍କ ବାପା ଫୋନ କରିବାରୁ ଝିଅ ରସି ଲଗାଇ ଆତ୍ମହତ୍ୟା କରିଥିବା କହିଥିଲେ ଶାଶୂଘର ଲୋକ ।
ହାଇଦ୍ରବାଦରେ ଜଣେ ଯୁବତୀଙ୍କ ସହ ସତ୍ୟବ୍ରତଙ୍କର ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି ମଧୁସ୍ମିତାଙ୍କ ବାପା।

Comments are closed.