Latest Odisha News

BREAKING NEWS

ରାଉରକେଲା ରାଜନୀତିକୁ ବଡ ଝଟ୍‌କା, ଆଉ ନିର୍ବାଚନ ଲଢିବେନି ସାରଦା ପ୍ରସାଦ ନାୟକ

ରାଉରକେଲା: ରାଉରକେଲା ରାଜନୀତିରେ ବଡ ଚର୍ଚ୍ଚା । ଆଉ ଆଗାମୀ ନିର୍ବାଚନ ଲଢିବେନି ସାରଦା ପ୍ରସାଦ ନାୟକ । ସ୍ୱାସ୍ଥ୍ୟଗତ କାରଣରୁ ସେ ୨୦୨୯ ନିର୍ବାଚନ ଲଢିବେନି ବୋଲି ଘୋଷଣା କରିଛନ୍ତି । ଏକ ମଦ ବିରୋଧୀ ଆନ୍ଦୋଳନର ସଭାରେ ଏନେଇ ନିଜେ କହିଛନ୍ତି ସାରଦା । ରାଜନୀତିରୁ ସନ୍ୟାସ ନେବେନି ବରଂ ବିଜେଡି ସଂଗଠନକୁ ମଜଭୁତ କରିବାକୁ ଏବଂ ନୂଆ ନେତୃତ୍ୱ ଗଢିବାରେ କାମ କରିବେ ବୋଲି ସେ କହିଛନ୍ତି । ରାଉରକେଲାବାସୀ ତାଙ୍କୁ ୪ଥର ନିର୍ବାଚିତ କରିଛନ୍ତି ଏଥିପାଇଁ ସେ ସେମାନଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି । ସେମାନଙ୍କ ଭଲପାଇବା ଓ ଅବଦାନକୁ ସେ ଭୁଲିବେ ନାହିଁ ବୋଲି କହିଛନ୍ତି । ଆଗାମୀ ଦିନରେ ମହିଳା ସଂରକ୍ଷଣକୁ ଦୃଷ୍ଟିରେ ରଖି ନୂଆ ଓ ଯୋଗ୍ୟ ଚେହେରା ସାମ୍ନାକୁ ଆସିବେ ବୋଲି ସେ କହିଛନ୍ତି । ସୁନ୍ଦରଗଡ ଜିଲ୍ଲାର ସବୁ ଆସନରେ ବିଜେଡି କିପରି ବିଜୟୀ ହେବ ସେନେଇ ଦଳର ସଂଗଠନ ମଜଭୁତ କରିବା ସହ ନୂଆ ବିଧାୟକ ତିଆରି କରିବେ ବୋଲି କହିଛନ୍ତି ।

ଓଡିଶା ରାଜନୀତିରେ ଜଣେ ଟାଣୁଆ ନେତା, ସଂଗଠନ, ବିଧାୟକ ଏବଂ ମନ୍ତ୍ରୀ ଭାବେ ସେ ଖୁବ୍ ଜଣା । ଓଡିଶା ରାଜନୀତିରେ ବିଜୁ ଜନତା ଦଳରେ ସେ ହେଉଛନ୍ତି ସକ୍ରୀୟ ସଦସ୍ୟ ତଥା ରାଉରକେଲାର ବିଜେଡି ବିଧାୟକ । ୨୦୦୪, ୨୦୦୯,୨୦୧୯ ଓ ୨୦୨୪ରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ ରାଉରକେଲା ବିଧାନସଭା ମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି । ୨୦୦୯ରୁ ୨୦୧୨ ମଧ୍ୟରେ ନବୀନ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ସାରଦା ନାୟକ । ୨୦୨୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ସାରଦା ବିଜେପିର ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ୩ହଜାର ୫୫୨ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ୫ ଜାନୁଆରୀ ୧୯୫୯ରେ ଜନ୍ମଗ୍ରହଣ କରିଥିଲେ ସାରଦା ନାୟକା

Leave A Reply

Your email address will not be published.