ରିୟାଦ: ୟେମେନ୍ରେ ସାଉଦୀ ବଡ ଧରଣର ଏୟାର ଷ୍ଟ୍ରାଇକ୍ କରିଛି । ଶନିବାର ବିଳମ୍ବିତ ରାତିରେ ଏହି ଏୟାର ଷ୍ଟ୍ରାଇକ୍ ହୋଇଛି । ଏଥିରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି । ସାଉଦୀ ଆରବ ହୁତୀ ବିଦ୍ରୋହୀଙ୍କ ଶିବିର ଉପରେ ବୋମା ବର୍ଷଣ କରିଛି । ସାଉଦୀ ନିଜ ଲଡୁଆ ବିମାନ ଦୁର୍ଘଟଣା ଗ୍ରସ୍ତ ହେବା ପରେ ଏହି ଆକ୍ରମଣ କରିଛି । ଅନ୍ୟପକ୍ଷରେ ଏହାକୁ ଜାଣିଶୁଣି ଦୁର୍ଘଟଣା କରାଯାଇଛି ନା ଆଉ କୌଣସି ପ୍ରକାରରେ ହୋଇଛି ତାହା ଜଣାପଡି ନାହିଁ ।
ସେପଟେ ୟେମେନ୍ ସେନା ପକ୍ଷରୁ କୁହାଯାଇଛି ଯେ, ଏହା ଦୁର୍ଘଟଣା ଯୋଗୁଁ ହୋଇଛି । ଅପରପଟେ ହୁତୀ ବିଦ୍ରୋହୀମାନେ ଏହି ବୟାନକୁ ଖଣ୍ଡନ କରିଛନ୍ତି । ଶୁକ୍ରବାର ସାଉଦୀ ଯୁଦ୍ଧ ବିମାନ ଅଲ୍-ଜବାଫ ପ୍ରଦେଶରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହା ପଛରେ ହୁତୀ ବିଦ୍ରୋହୀମାନଙ୍କ ହାତ ଥିବା କୁହାଯାଉଛି । ତେବେ ଯୁଦ୍ଧ ବମାନ କିଭଳି ଦୁର୍ଘଟଣା ଗ୍ରସ୍ତ ହେଲା ସେ ନେଇ ସାଉଦୀ କିମ୍ବା ହୁତୀ ବିଦ୍ରୋହୀଙ୍କ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ । ବିଦ୍ରୋହୀମାନେ ଆଡ୍ଭାନ୍ସ ସରଫେସ୍-ଟୁ-ଏୟାର ମିସାଇଲ ଦ୍ୱାରା ବିମାନଟିକୁ ଖସାଇ ଦେଇଥିବା ଅଭିଯୋଗ କରିଛନ୍ତି ।
BREAKING NEWS
- ଭାଲୁକୁଣି ବିସର୍ଜନ ବେଳେ ଅଘଟଣ; DJ ସାଉଣ୍ଡ ବକ୍ସ ପଡ଼ି ୭ ଆହତ
- ଭୂକମ୍ପରେ ଥରିଲା ଓଡ଼ିଶା; ଏହି ସ୍ଥାନରେ ୩.୯ ତୀବ୍ରତାର ଝଟକା…
- ସର୍ଭେ ରିପୋର୍ଟ : ୭୦% ରୁ ଅଧିକ ୟୁକ୍ରେନବାସୀ ଦୁର୍ନୀତି ପାଇଁ ଜେଲେନସ୍କିଙ୍କୁ ଦାୟୀ ମନେକରୁଛନ୍ତି
- ଇରାନ-ଆମେରିକା ସଂଘର୍ଷ: ଭୟ ଆଉ ଚିନ୍ତା ଭିତରେ ଇରାନରେ ଖୋଲିଲା ସ୍କୁଲ୍
- ବସରୁ ଖସି ପଡ଼ିଲେ ରୋହିତ ଶର୍ମା; ଚିନ୍ତାରେ ଫ୍ୟାନ୍ସ
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା

Comments are closed.