ରିୟାଦ: ୟେମେନ୍ରେ ସାଉଦୀ ବଡ ଧରଣର ଏୟାର ଷ୍ଟ୍ରାଇକ୍ କରିଛି । ଶନିବାର ବିଳମ୍ବିତ ରାତିରେ ଏହି ଏୟାର ଷ୍ଟ୍ରାଇକ୍ ହୋଇଛି । ଏଥିରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି । ସାଉଦୀ ଆରବ ହୁତୀ ବିଦ୍ରୋହୀଙ୍କ ଶିବିର ଉପରେ ବୋମା ବର୍ଷଣ କରିଛି । ସାଉଦୀ ନିଜ ଲଡୁଆ ବିମାନ ଦୁର୍ଘଟଣା ଗ୍ରସ୍ତ ହେବା ପରେ ଏହି ଆକ୍ରମଣ କରିଛି । ଅନ୍ୟପକ୍ଷରେ ଏହାକୁ ଜାଣିଶୁଣି ଦୁର୍ଘଟଣା କରାଯାଇଛି ନା ଆଉ କୌଣସି ପ୍ରକାରରେ ହୋଇଛି ତାହା ଜଣାପଡି ନାହିଁ ।
ସେପଟେ ୟେମେନ୍ ସେନା ପକ୍ଷରୁ କୁହାଯାଇଛି ଯେ, ଏହା ଦୁର୍ଘଟଣା ଯୋଗୁଁ ହୋଇଛି । ଅପରପଟେ ହୁତୀ ବିଦ୍ରୋହୀମାନେ ଏହି ବୟାନକୁ ଖଣ୍ଡନ କରିଛନ୍ତି । ଶୁକ୍ରବାର ସାଉଦୀ ଯୁଦ୍ଧ ବିମାନ ଅଲ୍-ଜବାଫ ପ୍ରଦେଶରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହା ପଛରେ ହୁତୀ ବିଦ୍ରୋହୀମାନଙ୍କ ହାତ ଥିବା କୁହାଯାଉଛି । ତେବେ ଯୁଦ୍ଧ ବମାନ କିଭଳି ଦୁର୍ଘଟଣା ଗ୍ରସ୍ତ ହେଲା ସେ ନେଇ ସାଉଦୀ କିମ୍ବା ହୁତୀ ବିଦ୍ରୋହୀଙ୍କ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ । ବିଦ୍ରୋହୀମାନେ ଆଡ୍ଭାନ୍ସ ସରଫେସ୍-ଟୁ-ଏୟାର ମିସାଇଲ ଦ୍ୱାରା ବିମାନଟିକୁ ଖସାଇ ଦେଇଥିବା ଅଭିଯୋଗ କରିଛନ୍ତି ।
BREAKING NEWS
- ପ୍ରବଳ ଝଡ଼ରେ ଭାଙ୍ଗିଲା ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’
- ମୟୂରଭଞ୍ଜ ଏବଂ ବରଗଡ଼ ରୋଡ୍-ନୂଆପଡ଼ା ରୋଡ୍ ରେଳ ଭିତ୍ତିଭୂମି ବିକାଶ ସମ୍ପର୍କରେ ଏହି ସୂଚନା ଦେଲେ ରେଳ ମନ୍ତ୍ରୀ…
- ଭୁବନେଶ୍ୱରରେ ହେବ ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ
- India summons Bangladesh High Commissioner: ଭାରତକୁ ଧମକ…ବାଂଲାଦେଶ ହାଇକମିଶନରଙ୍କୁ ସମନ କଲା ଭାରତ
- Silver City: କଟକ ସହରର ବିକାଶ ପାଇଁ ଖର୍ଚ୍ଚ ହେବ ୨୫୦ କୋଟି ଟଙ୍କା
- ଦକ୍ଷିଣ ଆଫ୍ରିକ ବିପକ୍ଷ ଟି୨୦ ସିରିଜ: ଆଘାତ ସମସ୍ୟା ଯୋଗୁ ଓହରିଲେ ଗିଲ
- ବ୍ରହ୍ମପୁର-ଜୟପୁର ୬ ଲେନ ବିଶିଷ୍ଟ ରାସ୍ତା ପାଇଁ ୬୦୦୦ କୋଟି ଘୋଷଣା
- ଡିସେମ୍ବର ୨୬ରୁ ୧ ଘଣ୍ଟା ବନ୍ଦ ରହିବ OPD ସେବା
- ଢାକାରେ ଭାରତୀୟ ଦୂତାବାସକୁ ଟାର୍ଗେଟ୍, ଭାରତରେ ବାଂଲାଦେଶ ହାଇକମିଶନରଙ୍କୁ ସମାନ
- ଆଇପିଏଲ ୨୦୨୬: ନାଟକୀୟ ଥିଲା ସର୍ଫରାଜ, ପୃଥ୍ୱୀଙ୍କ ନିଲାମୀ
Comments are closed.