ନୂଆଦିଲ୍ଲୀ: ଆସାମର କାଜିରଙ୍ଗାର ଗୋଲାଘାଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୨୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
ଏଥିସହିତ ଆହତ ଏବଂ ମୃତକଙ୍କ ପରିବାର ପାଇଁ କେନ୍ଦ୍ର ସରକାର ମଧ୍ୟ କ୍ଷତିପୂରଣ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ଆସାମର ଗୋଲାଘାଟ ଜିଲ୍ଲାରେ ଦୁର୍ଘଟଣାରେ ପ୍ରାଣ ହରାଇବା ଯୋଗୁଁ ମୁଁ ଗଭୀର ଦୁଃଖିତ। ଏହି ଦୁଃଖର ମୁହୂର୍ତ୍ତରେ, ମୁଁ ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ପ୍ରକାଶ କରୁଛି। ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।”
ପ୍ରାଥମିକ ସୂଚନା ଅନୁଯାୟୀ, ମିନିବସରେ ପ୍ରାୟ ୪୫ ଜଣ ଯାତ୍ରା କରୁଥିଲେ। ଏମାନଙ୍କ ମଧ୍ୟରୁ ବହୁ ସଂଖ୍ୟକ କଲେଜ ଛାତ୍ର ଥିଲେ ଯେଉଁମାନେ କ୍ଲାସ ସାରି ଘରକୁ ଫେରୁଥିଲେ। ଦୁର୍ଘଟଣାରେ ଅନେକ ଛାତ୍ର ପ୍ରାଣ ହରାଇଥିଲେ। ଦୁର୍ଘଟଣା ପରେ ସମସ୍ତ ବରିଷ୍ଠ ପ୍ରଶାସନିକ ଏବଂ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଆରମ୍ଭ କରିଥିଲେ।
ମୃତକଙ୍କ ମଧ୍ୟରେ ମହିଳା, ନାବାଳକ ଏବଂ ଅନେକ କଲେଜ ଛାତ୍ର ଅଛନ୍ତି। ଏହି ଦୁର୍ଘଟଣା ରାଜ୍ୟବ୍ୟାପୀ ଶୋକର ଛାୟା ଖେଳିଯାଇଛି।
